ପରିବାର ସହ ଦୁବାଇ ବୁଲିଗଲେ ନେତା ମନ୍ତ୍ରୀ ଓ ବିଧାୟକ, ବିରୋଧି କହିଲେ ଚାଲିଛି ପଲିଟିକାଲ ଟୁରିଜିମ୍

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଭୁବନେଶ୍ୱରରୁ ସିଧାସଳଖ ଦୁବାଇକୁ ପ୍ରଥମ ବିମାନ ଉଡ଼ାଣରେ ରେ ୧୭୦ ଜଣ ଦୁବାଇ ଯାଇଛନ୍ତି । ଏମାନଙ୍କ ମଧ୍ୟରେ ରାଜ୍ୟ ସରକାରଙ୍କ ଅନେକ ମନ୍ତ୍ରୀ, ବିଧାୟକ ଓ ନେତା ଅଛନ୍ତି । ମନ୍ତ୍ରୀ ଅଶୋକ ପଣ୍ଡା, ବିଧାୟକ ଦେବୀ ମିଶ୍ର, ଅରୁଣ ସାହୁ, ପ୍ରଶାନ୍ତ ମୁଦୁଲି, ଚନ୍ଦ୍ର ସାରଥୀ ବେହେରା, ଶ୍ରୀମୟୀ ମିଶ୍ରଙ୍କ ସମେତ ଅନେକ ନିଜ ନିଜ ପରିବାର ଲୋକଙ୍କୁ ମଧ୍ୟ ପ୍ରଥମ ଫ୍ଲାଇଟ୍ରେ ଦୁବାଇ ନେଇଛନ୍ତି । ଏହି ନେତା ଓ ଅଫିସରମାନେ ଆଜି ଓ ଆସନ୍ତାକାଲି ଦୁବାଇରେ ହେବାକୁ ଥିବା ଓଡ଼ିଶା ଉତ୍ସବରେ ଯୋଗଦେବେ । ତେବେ ନେତା ଓ ଅଫିସର ତାଙ୍କ ପରିବାର ସହ ଦୁବାଇ ଗସ୍ତକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ । ନେତା ଓ ଅଫିସରଙ୍କୁ ପରିବାର ସହ ଯିବାର ଏପରି ସୁଯୋଗ କାହିଁକି ବୋଲି ବିରୋଧୀ ପ୍ରଶ୍ନ କରିଛନ୍ତି ।

ଦୁଇବାରେ ପଲିଟିକାଲ ଟୁରିଜିମ୍ ଚାଲିଛି ବୋଲି କହିଛନ୍ତି ବିରୋଧୀ । ଓଡ଼ିଶା ଉତ୍ସବ ପାଇଁ ଦୁବାଇରେ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଦୁବାଇରେ ଓଡିଆ ଉତ୍ସବ ପାଇଁ ଜୋରଦାର ପ୍ରସ୍ତୁତି କରାଯାଇଛି । ଓଡ଼ିଶାରୁ ଯାଇଥିବା କଳାକାରମାନେ ମଧ୍ୟ ଏହି ଉତ୍ସବରେ ନିଜର କଳା ପ୍ରଦର୍ଶନ ପାଇଁ ପ୍ରସ୍ତୁତ ହୋଇ ରହିଛନ୍ତି

Leave A Reply

Your email address will not be published.