ଓଡ଼ିଆ ନ୍ୟୁଜ,କେନ୍ଦ୍ରାପଡା : ଆସୁଛି ପାର୍ବଣ,ଆଉ ଦିନ କେଇଟା ପରେ ଜଗତ ଜନନୀ ମା ଦୁର୍ଗା ଙ୍କ ର ପୂଜା ଅନୁଷ୍ଠିତ ହେବ । ଏହାକୁ ଦୃଷ୍ଟି ରେ ରଖି କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ ର ବେ ଆଇନି ଚୋରା ମଦ ମାଫିଆ ମାନେ ସକ୍ରିୟ ହୋଇ ଉଠିଲେଣି । ବ୍ଲକ ର ମହାକାଳପଡ଼ା, ରାମନଗର, ବାବର, ଓସ୍ତର,ପଡା ଗୋଡ଼ା, ଓରତ ତନ୍ତୀଆ ପାଳ, ଜମ୍ବୁ, ବେଣାକନ୍ଧା, ବିଜୟ ନଗର, ଜଗରୀ ଜୋର ଖରିନାଶି, ବତୀଘର ଆଦି ବଜାର ଗୁଡିକ ରେ ଏବେଠୁ ବେଆଇନି ମଦ କାରବାର ବୃଦ୍ଧି ପାଇବାରେ ଲାଗିଛି ।
ମଦ ମାଫିଆ ମାନେ ମଟର ସାଇକେଲ ଯୋଗେ ଦେଶୀ ମଦ ଗୁଡିକୁ ବୋହି ନେଇ ଗାଁ ଗହଳି ରେ ମଦ ବେପାରି ମାନଙ୍କୁ ଯୋଗାଈ ଦେଉଛନ୍ତି । ଚତୁରତା ର ସହିତ ମଦ ମାଫିଆ ମାନେ କିଛି ଯୁବକ ମାନଂକୁ ନିୟୋଜିତ କରିଛନ୍ତି । ଏମାନେ ଗାଁ ଗଣ୍ଡା ରେ ଛକ ଗୁଡିକ ସୃଷ୍ଟି ହୋଇଥିବା ଫାଷ୍ଟ ଫୁଟ ଦୋକାନ ଗୁଡିକ ରେ ନେଇ ଦେଉଛନ୍ତି । ଅନ୍ୟ ପାର୍ଶ୍ଵ ରେ ମଦ ନେଇ ଯୁବକ ମାନେ ଯାତାୟତ କଳା ବେଳେ ଖୁବ କ୍ଷିପ୍ର ଗତିରେ ଗାଡି ଚଲାଇବା ଯୋଗୁଁ ଅନେକ ସମୟ ରେ ଦୁର୍ଘଟଣା ଘଟି ଅନେକ ଲୋକ ପଙ୍ଗୁ ହୋଇଯାଉଛନ୍ତି । ଜିଲ୍ଲା ଅବକାରୀ ବିଭାଗ ଏମାନଙ୍କ ଠାରୁ ମାସିକିଆ ବଟି ଆଦାୟ କରି ଚୁପ ରହୁଛି ଯାହା ଫଳରେ ସାଧାରଣ ଲୋକ ମାନେ ଅସୁବିଧାରେ ସମୁଖୀନ ହେଉଛନ୍ତି।
ଏଭଳି ଏକ ଅଭାବ ନିୟ ଘଟଣା ଦେଖି ବାକୁ ମିଳିଛି ।
କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ଛକ ନିକଟରେ ଦୁର୍ଘଟଣା ଯାହାଫଳରେ ଦୁଇ ଜଣ ଗୁରୁତର ହୋଇଛନ୍ତି। ସୁଚନାରୁ ପ୍ରକାଶ ଦୁଇ ଜଣ ଯୁବକ ମହାକାଳପଡା ଛକ ନିକଟରେ ଛିଡ଼ା ହୋଇଥିବା ସମୟରେ ନିକଟରେ ଥିବା ମଦ କାଉଣ୍ଟର ଆଡୁ ଏକ ନମ୍ବର ବିହିନ ଦୁଇ ଚକିଆ ରେ ଆସି ଏହି ଦୁଇ ଜଣ ଙ୍କୁ ଧକ୍କା ଦେଇଥିଲା। ଯାହାଫଳରେ ଦୁଇ ଜଣ ଗୁରୁତର ହୋଇଥିବା ବେଳେ ବେନାମୀ ନମ୍ବର ଗାଡ଼ିରେ ଥିବା ମଦ ବୋତଲ ଫାଟି ଯାଇଥିଲା। ଘଟଣାସ୍ଥଳରେ ଦୁଇଜଣ ମଦ କାଉଣ୍ଟର ଲୋକ ପହଞ୍ଚି ପ୍ରଥମେ ସେହି ଗାଡ଼ିଟି କୁ ଫେରାର କରିଦେଇଥିଲେ। ପରେ ସ୍ଥାନୀୟ ଲୋକଙ୍କ ଦ୍ଵାରା ଦୁଇ ଗୁରୁତର ଙ୍କୁ ମହାକାଳପଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ କରାଇଥିଲେ। ଏବଂ ପରେ ଦୁଇ ଜଣ ଙ୍କୁ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରାଯାଇଛି।