୧୧ ଜିଲ୍ଲାରେ ହେବ ଭୀଷଣ ଗ୍ରୀଷ୍ମ ପ୍ରବାହ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସତର୍କତା ଜାରି କଲା ପାଣିପାଗ ବିଭାଗ । ଆସନ୍ତା ୬ ତାରିଖ ଯାଏଁ ଲାଗି ରହିବ ଅସହ୍ୟ ଗ୍ରୀଷ୍ମ ପ୍ରବାହ। ଦିନରେ ଯେତିକି ଗରମ ସହ ଗୁଳୁଗୁଳି ଅନୁଭୁତ ହେଉଛି, ରାତିରେ ବି ଅସ୍ତବ୍ୟସ୍ତ କରିବ। ସମ୍ଭାବ୍ୟ ସ୍ଥିତିକୁ ଦେଖି ଆଜିଠୁ ୩ ଦିନ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲା ପାଇଁ ହିଟୱେଭ୍ ସହ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।

ଖରା ସମୟରେ ଆର୍ଦ୍ରତା ଓ ଉଚ୍ଚ ତାପମାତ୍ରା ଲୋକଙ୍କ ଉପରରେ ପ୍ରଭାବ ପକାଉଥିବାରୁ ଏପରି ସ୍ଥିତିରେ କ’ଣ କରିବା ଦରକାର କ’ଣ ନୁହେଁ । ଏନେଇ ୧୫ଟି ସ୍ତମ୍ଭରେ ପରାମର୍ଶ ଦେଇଛି ପାଣିପାଗ ବିଭାଗ ।ବିଶେଷ କରି ଅତ୍ୟଧିକ ଖରା ଆମ ସ୍ନାୟବିକ ପ୍ରକ୍ରିୟାର ବିଭିନ୍ନ କାର୍ଯ୍ୟକଳାପ ଉପରେ ପ୍ରଭାବ ପକାଇଥାଏ । ଏହାଦ୍ବାରା ସ୍ନାୟବିକ ପ୍ରକ୍ରିୟା ପ୍ରଭାବିତ ହେବ ସହ ଚର୍ମରୋଗ ଅଂଶୁଘାତ ବା ଷ୍ଟ୍ରୋକ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ତେଣୁ ଗ୍ରୀଷ୍ମ ପ୍ରବାହ ଜାରି ହୋଉଥିବା 4 ଦିନ ଯାଏ ଖରାକୁ ଯେତେ ମାତ୍ରାରେ ବାରଣ କରିବେ ସେତେ ମାତ୍ରାରେ ସ୍ବାସ୍ଥ୍ୟ ପ୍ରତି ଭଲ ବୋଲି କହିଛି ପାଣିପାଗ ବିଭାଗ ।
ସେସବୁ ଜିଲ୍ଲା ହେଉଛି, ନୟାଗଡ଼, ବୌଦ୍ଧ, କନ୍ଧମାଳ, କଟକ, ଭଦ୍ରକ, ଯାଜପୁର, ବଲାଙ୍ଗିର, କଳାହାଣ୍ଡି, ମାଲକାନଗିରି, କୋରାପୁଟ ଏବଂ ଢେଙ୍କାନାଳ। ଏହି ୧୧ଟି ଜିଲ୍ଲାରେ ଦିନରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ସହ ରାତିରେ ପ୍ରବଳ ଗରମ ଅନୁଭୁତ ହେବ। ଅର୍ଥାତ ସାଧାରଣ ତାପମାତ୍ରାରୁ ଅଧିକ ୩ରୁ ୫ ଡିଗ୍ରୀ ରହିବ। ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ଗୁଳୁଗୁଳିର ପ୍ରଭାବ ଅଧିକ ରହିବ।

Leave A Reply

Your email address will not be published.