ମୁକୁଳା ନାଳରେ ପଡ଼ି ଚାଲିଗଲା ଯୁବକଙ୍କ ଜୀବନ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ପୁଣି ଅଘଟଣ । ମୁକୁଳା ନାଳରେ ପଡ଼ି ଚାଲିଗଲା ଯୁବକଙ୍କ ଜୀବନ ।  କଟକ ନୂଆବଜାର ଅଞ୍ଚଳର ମହିମା ନଗରରେ ମୁକୁଳା ଡ୍ରେନରେ ପଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣଙ୍କ ରାଜମିସ୍ତ୍ରୀ କାମ କରୁଥିଲେ ବୋଲି ଜଣାଯାଇଛି। ତାଙ୍କ ଘର ଯାଜପୁର ଅଞ୍ଚଳରେ। ସେ କଟକରେ ରହି ରାଜମିସ୍ତ୍ରୀ ଭାବେ କାମ କରୁଥିଲେ।

ଯୁବକ ଜଣଙ୍କ ଡ୍ରେନରେ ପଡ଼ି ଭାସୁଥିବା ଆଜି ସକାଳେ ସ୍ଥାନୀୟ ଲୋକ ଦେଖିଥିଲେ। ଏନେଇ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।ତେବେ ମୃତକଙ୍କ ପରିଚୟ ମିଳିପାରି ନଥିବା ବେଳେ ତାଙ୍କର ବୟସ ୨୨ ରୁ ୨୪ ବର୍ଷ ହୋଇଥିବା ସୂଚନା ମିଳିଛି । ବହୁଦିନ ଧରି ସ୍ଲାବ ଉଠାଯାଇଥିବା ଯୋଗୁଁ ମୁକୁଳା ପଡ଼ିଥିଲା ନାଳଟି । ଫଳରେ ଗତକାଲି ରାତିରେ ଯୁବକ ଜଣକ ନାଳରେ ପଡିଯାଇଥିଲେ । ଏନେଇ ଆଜି ତାଙ୍କର ମୃତଦେହ ସ୍ଥାନୀୟ ଲୋକେ ଦେଖି ପୋଲିସକୁ ଖବର ଦେଇଥିଲେ ।

ଖବର ପାଇ ସିଆରଆରଆଇ ଥାନା ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ମେଡ଼ିକାଲ ପଠାଇଛି । ସେହିପରି ପୂର୍ବରୁ କଟକ ସହରରେ ଅନେକ ଏଭଳି ଘଟଣା ଘଟିବାର ଦୃଶ୍ୟ ସାମ୍ନାକୁ ଆସିଥିଲା । ମହାନଗର ନିଗମ କେବଳ ବିକାଶ ଚିନ୍ତାରେ ବ୍ୟସ୍ତ ଥିବାବେଳେ ଏପଟେ ମୁକୁଳା ନାଳ ଚିନ୍ତା ପାସୋରି ଗଲାଭଳି ମନେ ହେଉଛି । ଯଦି ପୂର୍ବ ଘଟଣା ଦେଖିବା ତେବେ ବିଡାନାସୀରେ ମୁକୁଳା ଡ୍ରେନରେ ଜଣେ ବାଳକ ପଡି ମୃତ୍ୟୁ ହୋଇଥିଲା।

Leave A Reply

Your email address will not be published.