ତେଲେଙ୍ଗାନାରେ ହାତ ଧରିଲେ କେସିଆର୍‌ଙ୍କ ଦଳର ପୂର୍ବତନ ସାଂସଦଙ୍କ ସମେତ ୧୦ ନେତା

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ତେଲେଙ୍ଗାନାରେ ହାତ ଧରିଲେ କେସିଆର୍‌ଙ୍କ ଦଳର ପୂର୍ବତନ ସାଂସଦଙ୍କ ସମେତ ୧୦ ନେତା । ଯାହା ସିଏମ୍‌ କେସିଆରଙ୍କ ପାର୍ଟି ‘ବିଆରଏସ’କୁ କଂଗ୍ରେସ ବଡ଼ ଝଟ୍‌କା ଦେଇଛି। ପୂର୍ବତନ ସାଂସଦ ପୋଙ୍ଗୁଲେଟି ଶ୍ରୀନିବାସ ରେଡ୍ଡୀ, ତେଲେଙ୍ଗାନାର ପୂର୍ବତନ ମନ୍ତ୍ରୀ ଜୁପଲି କୃଷ୍ଣା ରାଓଙ୍କ ସମେତ ୧୦ ନେତା ସୋମବାର କଂଗ୍ରେସରେ ଯୋଗ ଦେଇଛନ୍ତି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖର୍‌ଗେ ଓ ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ ଏହି ନେତାମାନେ ପାର୍ଟି ସହ ହାତ ମିଳାଇଛନ୍ତି।

ଏହି ସମୟରେ କଂଗ୍ରେସର ସଙ୍ଗଠନ ମହାସଚିବ କେସି ଭେନୁଗୋପାଲ, ଦଳର ତେଲେଙ୍ଗାନା ପ୍ରଭାରୀ ମାଣିକରାଓ ଠାକରେ ଏବଂ ପ୍ରଦେଶ କଂଗ୍ରେସ କମିଟି ଅଧ୍ୟକ୍ଷ ରେଭନ୍ତ ରେଡ୍ଡୀ ଉପସ୍ଥିତ ଥିଲେ। ମଲ୍ଲିକାର୍ଜୁନ ଖରଗେ ଓ ରାହୁଲ ଗାନ୍ଧୀ ଏହା ବ୍ୟତୀତ ଏଆଇସିସି କାର୍ଯ୍ୟାଳୟରେ ତେଲେଙ୍ଗାନା କଂଗ୍ରେସର ନେତାମାନଙ୍କୁ ମଧ୍ୟ ଭେଟିଥିଲ

Leave A Reply

Your email address will not be published.