ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀ ସଦର ମହକୁମା ଠାରେ ବିଜେଡ଼ି କାର୍ଯ୍ୟାଳୟ ଉଦଘାଟନ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀ ସଦର ମହକୁମା ଠାରେ ବିଜେଡ଼ି କାର୍ଯ୍ୟାଳୟ ଉଦଘାଟନ | କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀ ସଦର ମହକୁମା ଠାରେ ଥିବା ମାଁ ମୁତ୍ୟାଲୁମାଁ କଲ୍ୟାଣ ମଣ୍ଡପକୁ ଭଡ଼ାରେ ନେଇ ଆଜି କୋରାପୁଟ ଜିଲ୍ଲା ବିଜେଡ଼ି ସଭାପତି ଝିନ୍ନ ହିକକା |

କୋରାପୁଟ ବିଜେଡି ସାଂସଦ ପ୍ରାର୍ଥୀନୀ ଶ୍ରୀମତୀ କୌଶଲ୍ୟା ହିକକା, SDC ସଦସ୍ୟ ପାର୍ଦା କୁଲେସିକା, ବିଜେଡି ଜିଲ୍ଲା ସମ୍ପାଦକ ପରୋମା ଖରା ପର୍ଯ୍ୟବେକ୍ଷକ ସୁନୀଲ ମହାନ୍ତି, ଲକ୍ଷ୍ମୀପୁର ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସୁଆଇ କୁଲେସିକା, ଉପାଧ୍ୟକ୍ଷା ଶ୍ରୀମତୀ ଆରତୀ କୁଲଦୀପ, ନାରାୟଣପାଟଣା ବ୍ଲକ ଅଧ୍ୟକ୍ଷ ଗଲାଦି ତ୍ରିନାଥ ଯୁବ ବିଜେଡ଼ି ନେତା ଦେବ୍ ଖରା ଓ ବ୍ଲକ ବିଜେଡି ଦଳର ସଭାପତି, ସମ୍ପାଦକ ଏବଂ କର୍ମୀ ମାନଙ୍କୁ ନେଇ ବିଜେଡି କାର୍ଯ୍ୟାଳୟ ଶୂଭ ଉଦଘାଟନ କରିଥିଲ।

ବିଜେଡ଼ି କାର୍ଯ୍ୟାଳୟ ଉଦଘାଟନ ଅବସରରେ ବ୍ରାହ୍ମଣ ଅରୁଣ କୁମାର ରଥ ଦ୍ଵାରା ମନ୍ତ୍ର ସହ ପୂଜାର୍ଚ୍ଚନା କରିବା ପରେ ଜିଲ୍ଲା ସଭାପତି ଝିନ୍ନ ହିକକା, କୌଶଲ୍ୟା ହିକକା, ସୁଆଇ କୁଲେସିକା ଉପାଧ୍ୟକ୍ଷା ଆରତୀ କୁଲଦୀପ ଏବଂ ପାର୍ଦା କୁଲେସିକା ରିବନ୍ କାଟି ନୂତନ କାର୍ଯ୍ୟାଳୟକୁ ପ୍ରବେଶ କରି ଗୃହ ଶାନ୍ତି ପାଇଁ ପୂଜାଅର୍ଚ୍ଚନା କରିଥିଲେ। ଏହି କାର୍ଯ୍ୟାଳୟ ଠାରେ ହିଁ ଆଗାମୀ ସାଧାରଣ ନିର୍ବାଚନର ରଣନୀତି ପ୍ରସ୍ତୁତ କରାଯାଇ ପାରିବା ବୋଲି ଜଣେ ସଦସ୍ୟ ସୂଚନା ଦେଇଛନ୍ତି |

Leave A Reply

Your email address will not be published.