ପିସିସି ଉପ ସଭାପତି ବିଶ୍ୱ ଭୂଷଣ ଦାସ କଂଗ୍ରେସରୁ ଇସ୍ତଫା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ପିସିସି ଉପ ସଭାପତି ବିଶ୍ୱ ଭୂଷଣ ଦାସ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ।  ସେ ତାଙ୍କର ଇସ୍ତଫାପତ୍ର ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି। ତେବେ ବିଶ୍ୱ ଭୂଷଣ କେଉଁ କାରଣ ପାଇଁ  ଦଳ ଛାଡ଼ିଲେ ସେନେଇ ସ୍ପଷ୍ଟ ହୋଇନାହିଁ।

ତେବେ କେଉଁ କାରଣ ପାଇଁ ଦଳ ଛାଡିଲେ ସେନେଇ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ । ସୂଚନାଯୋଗ୍ୟ,  ୨୦୦୯ ଏବଂ ୨୦୧୯ ନିର୍ବାଚନରେ କାକଟପୁରରୁ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ହୋଇଥିଲେ ବିଶ୍ୱଭୂଷଣ । କେବଳ ସେତିକି ନୁହେଁ, ସେ ବିଜେବି କଲେଜର ସଭାପତି ଭାବେ ଛାତ୍ର ସଂସଦ ନିର୍ବାଚନରେ ବିଜୟୀ ହୋଇଥିଲେ। ସ୍ୱର୍ଗତ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ଘନିଷ୍ଠ ସହଯୋଗୀ ଭାବେ ଦୀର୍ଘଦିନ ଧରି ଅନେକ ଗୁରୁଦାୟୀତ୍ୱ ବହନ କରିଥିଲେ।

ରାଜ୍ୟ ଯୁବ କଂଗ୍ରେସ ଉପସଭାପତି ଭାବେ ତାଙ୍କର ଦବଦବା ଖୁବ ଅଧିକ ରହିଥିଲା । ବିଶ୍ୱ ଭୂଷଣ  ବିଜେବି କଲେଜର ସଭାପତି ଭାବେ ଛାତ୍ର ସଂସଦ ନିର୍ବାଚନରେ ବିଜୟୀ ହୋଇଥିଲେ। ପରବର୍ତ୍ତୀ ସମୟରେ ରାଜ୍ୟ ଯୁବ କଂଗ୍ରେସ ଉପସଭାପତି ହେବା ସହ ସ୍ୱର୍ଗତ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ଘନିଷ୍ଠ ସହଯୋଗୀ ଭାବେ କାର୍ଯ୍ୟ କରିଥିଲେ।

Leave A Reply

Your email address will not be published.