କଂଗ୍ରେସର ‘ନ୍ୟାୟ ପତ୍ର’

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ପାଖେଇ ଆସିଲାଣି ଲୋକସଭା ନିର୍ବାଚନ। ଏନେଇ ଦୁଇ ଜାତୀୟ ଦଳ ତଥା ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ବିଜେପି ଓ କଂଗ୍ରେସ ଏକାଧିକ ପର୍ଯ୍ୟାୟରେ କିଛି ପ୍ରାର୍ଥୀ ଘୋଷଣା କରି ସାରିଛନ୍ତି ।  ଏହାରି ଭିତରେ ଆଜି ଇସ୍ତାହାର ଘୋଷଣା କରିଛି କଂଗ୍ରେସ । ଚଳିତ ଥର କଂଗ୍ରେସର ଏହି ଇସ୍ତାହାର 5 ନ୍ୟାୟ ଓ 25 ଗ୍ୟାରେଣ୍ଟି ଉପରେ ଆଧାରିତ ହୋଇଛି । କଂଗ୍ରେସ ମୁଖ୍ୟାଳୟରେ ଅଧକ୍ଷ ମଲ୍ଲିକାର୍ଜୁନ ଖଡଗେ, ପୂର୍ବତନ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ ଇସ୍ତାହାର ଘୋଷଣା କରିଛନ୍ତି ।

କଂଗ୍ରେସ ଏହି ଘୋଷଣା ପତ୍ର ମାଧ୍ୟମରେ ଜନସାଧାରଣଙ୍କୁ ୨୫ଟି ପ୍ରତିଶ୍ରୁତି ତଥା ଗ୍ୟାରେଣ୍ଟି ଦେଇଛି। ଗରିବ ପରିବାରର ମହିଳାମାନଙ୍କୁ ବାର୍ଷିକ ୧ଲକ୍ଷ ଟଙ୍କା ସହାୟତା ପାଇଁ ପ୍ରତିଶୃତି ଦିଆଯାଇଛି। ଏଥି ସହିତ, ୨୦୨୫ ସୁଦ୍ଧଶ ସରକାରୀ ଚାକିରିରେ ମହିଳାମାନଙ୍କୁ ୫୦ ପ୍ରତିଶତ ସଂରକ୍ଷଣ ଦେବାକୁ କଂଗ୍ରେସ ନିଜ ନ୍ୟାୟ ପତ୍ରରେ କହିଛି। କେବଳ ସେତିକି ନୁହେଁ ସଂରକ୍ଷଣ ସୀମା ବଢ଼ାଇବା, ଜାତିଗତ ଜନଗଣନା କରାଯିବ, ଋଣ ଛାଡ କମିଶନ ଗଠନ ଓ ନିଯୁକ୍ତ ଗ୍ୟାରେଣ୍ଟି, ସର୍ବନିମ୍ନ ମଜୁରୀ ୪୦୦, ୪୦ ଲକ୍ଷ ସରକାରୀ ଚାକିରୀ, ଗରିବ ମହିଳାଙ୍କୁ ୧ ଲକ୍ଷ ଟଙ୍କା ସହାୟତା, ତାଲିମ ପାଇଁ ୧ଲକ୍ଷ ଟଙ୍କା, ସହରୀ ନିଯୁକ୍ତି ଗ୍ୟାରେଣ୍ଟି ଯୋଜନା ଆଣିବାକୁ ପ୍ରତିଶୃତି ଦିଆଯାଇଛି। ଏଥିସହ ରାଜସ୍ଥାନରେ କଂଗ୍ରେସ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହୋଇଥିବା ଚିରଞ୍ଜୀବୀ ଯୋଜନାରେ ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ପାଇଁ ସାରା ଦେଶରେ କ୍ୟାସ୍‌ ଲେସ୍‌ ବୀମା ଯୋଜନା କାର୍ଯ୍ୟକାରୀ ହେବ।

ପରିବାରର ବୟସ୍କା ମହିଳାମାନଙ୍କୁ ମହାଲକ୍ଷ୍ମୀ ଯୋଜନା ଅନୁଯାୟୀ ବାର୍ଷିକ ୧ ଲକ୍ଷ ଟଙ୍କା ପ୍ରଦାନ କରାଯିବ ବୋଲି କଂଗ୍ରେସରେ ନିଜ ନ୍ୟାୟ ପତ୍ରରେ କହିଛି। ଏସସି, ଏସଟି ଓ ଓବିସି ପାଇଁ ସଂରକ୍ଷଣ ସୀମାକୁ ୫୦- ପ୍ରତିଶତକୁ ବୃଦ୍ଧି କରାଯିବ। ଆର୍ଥିକ ଅନଗ୍ରସର ବର୍ଗଙ୍କ ପାଇଁ ଚାକିରି ଓ ଶିକ୍ଷା କ୍ଷେତ୍ରରେ ୧୦ ପ୍ରତିଶତ ସଂରକ୍ଷଣ ରହିବ। ଘର ନିର୍ମାଣ , ବ୍ୟବସାୟ କରିବାକୁ ଏସସି, ଏସଟି ବର୍ଗଙ୍କ ପାଇଁ ସଂସ୍ଥାଗତ ଋଣ ରାଣି ବୃଦ୍ଧି କରାଯିବ। ଓବିସି, ଏସସି, ଏସଟି ଛାତ୍ର ଛାତ୍ରୀଙ୍କ ପାଇଁ ସ୍କଲାରସିପ ରାଶିକୁ ୨ ଗୁଣା ବଢଯିବ। ବିଶେଷ କରି ଉଚ୍ଚଶିକ୍ଷା କ୍ଷେତ୍ରରେ ଏହା ଲାଗୁ କରାଯିବ। ଗରିବ, ଓ ଏସସି ,ଏସଟି ଛାତ୍ରଛାତ୍ରୀଙ୍କ ପାଇଁ ଏକ ଆବାସିକ ବିଦ୍ୟାଳୟ ବ୍ୟବସ୍ଥାର ନେଟୱାର୍କ କରାଯିବ।

Leave A Reply

Your email address will not be published.