ହିମାଚଳ ପ୍ରଦେଶରେ ମୃଦୁ ଭୂକଂପ ଝଟକା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ହିମାଚଳ ପ୍ରଦେଶରେ ମୃଦୁ ଭୂକଂପ ଝଟକା। ଚମ୍ବାରୁ ମନାଲୀ ଯାଏଁ ଥରିଲା ମାଟି। ହିମାଚଳର ଚମ୍ବା ଓ ଏହାର ନିକଟବର୍ତ୍ତୀ ଏରିଆରେ ଏହି କମ୍ପନ ଅନୁଭୂତ ହୋଇଛି । ଏହାର ମାତ୍ରା ରିକ୍ଟର ସ୍କେଲରେ 5.3 ରହିଥିବା ରେକର୍ଡ ହୋଇଛି ।

କୌଣସି ସ୍ଥାନରେ କ୍ଷୟକ୍ଷତି ନେଇ ସୂଚନା ମିଳିନି । ପରବର୍ତ୍ତୀ ଆଲର୍ଟ ମଧ୍ୟ ଜାରି କରାଯାଇନାହିଁ ।  ଚମ୍ବାରେ ମାଟିଠୁ ୧୦ କିଲୋମିଟର ତଳେ ଏହାର କେନ୍ଦ୍ରସ୍ଥଳ ଥିଲା । ତେବେ ଭୂମିକଂପ ଯୋଗୁଁ କୌଣସି କ୍ଷୟକ୍ଷତି ସୂଚନା ଆସିନାହିଁ । ସୂଚନା ଯୋଗ୍ୟ ଯେ, ୧୨୦ ବର୍ଷ ତଳେ କାଲିର ଦିନରେ ଏପ୍ରିଲ ୪ରେ କାଙ୍ଗ୍ରାରେ ପ୍ରଳୟ ରଚିଥିଲା ଭୟଙ୍କର ଭୂମିକଂପ। ଏଥିରେ ୨୦ ହଜାର ଲୋକଙ୍କ ଜୀବନ ଯାଇଥିଲା | ଦୁଇ ଦିନ ପୂର୍ବରୁ ଭାରତୀୟ ସମୟ ସକାଳ ପ୍ରାୟ ୫ଟା ୩୦ରେ ତାଇୱାନ ଦେଖିଥିଲା ୨୫ ବର୍ଷରେ ସବୁଠୁ ଶକ୍ତିଶାଳୀ ଭୂକମ୍ପ। ରିକ୍ଟର ସ୍କେଲରେ ଯାହାର ତୀବ୍ରତା ୭.୫ ରେକର୍ଡ ହୋଇଛି। ପୂ

ର୍ବ ତାଇୱାନର ହୁଲିଏନ ସହର ଥିଲା ଭୂକମ୍ପର କେନ୍ଦ୍ର ସ୍ଥଳ। ତେବେ ଫିଲିପାଇନ୍ସ ଏବଂ ଜାପାନ ଯାଏଁ ଲାଗିଥିଲା ଭୂକମ୍ପର ଝଟକା। ସଙ୍ଗେ ସଙ୍ଗେ ଜାରି ହୋଇଥିଲା ସୁନାମି ସତର୍କତା। ଉପକୂଳ ଅଞ୍ଚଳରୁ ଆରମ୍ଭ ହୋଇଥିଲା ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର ପ୍ରକ୍ରିୟା। ଭୂମିକମ୍ପର କ୍ଷୟକ୍ଷତି ଏତେ ହୋଇଛି ଯେ, ଏବେ ଆକଳନ କରିବା ମୁସ୍କିଲ। ଏହାରି ଭିତରେ ଯୁଦ୍ଧ କାଳୀନ ଭିତ୍ତିରେ ଜାରି ରହିଛି ରେସ୍କ୍ୟୁ ଅପରେସନ।

Leave A Reply

Your email address will not be published.