କୋରାପୁଟ ରେଳଷ୍ଟେସନ ପ୍ରଧାନମନ୍ତ୍ରୀଙ୍କ ଆଭାସି ମାଧ୍ୟମରେ ଉଦ୍ଘାଟନ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଆଜି କୋରାପୁଟ ରେଳଷ୍ଟେସନ ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ଵାରା ଆଭାସି ମାଧ୍ୟମରେ କୋରାପୁଟ ଓ ରାୟଗଡା ମଧ୍ୟରେ ଚାଲିଥିବା ରେଳ ଟ୍ରାକ ଦୋହରିକରଣ କାର୍ଯ୍ୟ ମଧ୍ୟରେ କୋରପୁଟ ଠାରୁ ଦାମନଯୋଡି ନିକଟସ୍ଥ ବାଇଗୁଡା ପର୍ଯ୍ୟନ୍ତ ସମାପ୍ତ ହୋଇଥିବା ଦ୍ଵିତୀୟ ରେଳ ଲାଇନ କୁ ଉଦ୍ଘାଟନ କରିଛନ୍ତି ।

ଏଥିସହିତ କୋରାପୁଟ ସମେତ ଜୟପୁର ଠାରେ ରେଳ ବିଭାଗର ‘ୱାନ ଷ୍ଟେସନ ୱାନ ପ୍ରଡକ୍ଟ ‘ ଯୋଜନାରେ ରେଳ ବିଭାଗ , ଅରମାସ ଓ ଜିଲ୍ଲା ପ୍ରଶାସନର ମିଳିତ ପ୍ରୟାସରେ କୋରାପୁଟ ର ସ୍ଥାନୀୟ ଉତ୍ପାଦ କୁ ବିକ୍ରି କରିବା ପାଇଁ ସୁଯୋଗ ପ୍ରଦାନ କରାଯାଇଛି । ଏହି କାଉଣ୍ଟର ରେ କୋରାପୁଟ ଜିଲ୍ଲାର ବିଭିନ୍ନ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ପ୍ରସ୍ତୁତ କରୁଥିବା ହଳଦୀ ଗୁଣ୍ଡ, ସୁଆଁ, ଗୁଡ଼, କଳା ଜିରା ଚାଉଳ, ମାଣ୍ଡିଆ ପ୍ରଭୃତି ଖାଦ୍ୟ ପଦାର୍ଥ ଏବଂ ଲେମନ୍ ଗ୍ରାସ ତୈଳ ଓ ହଳଦୀ ସାବୁନ ଭଳି ପ୍ରସାଧନ ସାମଗ୍ରୀ ବିକ୍ରି କରାଯିବ ବୋଲି ଅରମାସ ର କର୍ମକର୍ତ୍ତା ସୂଚନା ଦେଇଛନ୍ତି ।

ଜୈବିକ ପଦ୍ଧତି ରେ ଉତ୍ପାଦିତ ଏହି ସମସ୍ତ ଦ୍ରବ୍ୟକୁ ଉଚିତ୍ ବଜାର ଖୋଜୁଥିବା ବେଳେ ରେଳ ବିଭାଗ ର ଏପରି ଏକ ପଦକ୍ଷେପ ଉତ୍ପାଦକ ଙ୍କ ମନରେ ହର୍ଷ ଭରିଦେଇଛି। ଆଜିର ଉଦ୍ଘାଟନ ଉତ୍ସବ ଦ୍ୱାରା ପାହାଡ଼ ପର୍ବତ ଘେରା କୋରାପୁଟ ଅଞ୍ଚଳର ରେଳ ଚଳାଚଳ କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ସୃଷ୍ଟି ହୋଇପାରିଥିବା ରେଳବାଇ କର୍ତ୍ତୃପକ୍ଷ ମତବ୍ୟକ୍ତ କରିଥିବା ବେଳେ କୋରାପୁଟ ଅଞ୍ଚଳକୁ ବନ୍ଦେ ଭାରତ ଯୋଜନାରେ ସାମିଲ କରି ନୂତନ ଟ୍ରେନ ଚଳାଚଳ କରାଇବା ପାଇଁ କୋରାପୁଟ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା କୋରାପୁଟ ବିଧାୟକ ରଘୁରାମ ପଡାଲ ପ୍ରଧାନମନ୍ତ୍ରୀ ଙ୍କୁ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.