ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ସୋର ପୌରାଧ୍ୟକ୍ଷ ମାଧବ ଧଡ଼ା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ସୋର ପୌରାଧ୍ୟକ୍ଷ ମାଧବ ଧଡ଼ା। ବେଜେପି ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ସୋର ପୌରାଧ୍ୟକ୍ଷ ମାଧବ ଧଡ଼ା। ସାମ୍ବାଦିକ ସମ୍ମିଳନୀ କରି ଦେଲେ ସୂଚନା ।

ସୂଚନା ଅନୁସାରେ ବାଲେଶ୍ୱର ଜିଲ୍ଲା ସୋର ପୈ।ରପାଳିକା ଅଧ୍ୟକ୍ଷ ମାଧବ ଧଡା ଆଜି ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି।ମାଧବ ଧଡା ବିଜେପି ଟିକେଟରେ ନିର୍ବାଚନ ଲଢି ପୈ।ରପରିଷଦ ଅଧ୍ୟକ୍ଷ ହୋଇଥିଲେ।ତାଙ୍କୁ ବିଜେପି ର ସ୍ଥାନୀୟ ନେତୃବୃନ୍ଦ ଦଳୀୟ କାର୍ଯ୍ୟ ରେ ସାମିଲ କରୁ ନ ଥିବାରୁ ଏଥିରେ ଅସନ୍ତୁଷ୍ଟ ହୋଇ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ପ୍ରକାଶ କରିଛନ୍ତି ମାଧବ ଧଡା ।

ଏ ବାବଦରେ ଉପରିସ୍ଥ ନେତୃବୃନ୍ଦ ଙ୍କୁ ଜଣାଇଥିଲେ ମଧ୍ୟ କିଛି ଫଳ ନ ମିଳିବାରୁ ବାଧ୍ୟ ହୋଇ ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ପ୍ରକାଶ କରିଥିଲେ। ଅନ୍ୟ କେଉଁ ଦଳ କୁ ଯିବେକି ବୋଲି ସାମ୍ବାଦିକ ଙ୍କ ପ୍ରଶ୍ନ ରେ ବର୍ତ୍ତମାନ କୌଣସି ନିଷ୍ପତ୍ତି ହୋଇନାହିଁ ସମର୍ଥକ ଙ୍କ ସହ ଆଲୋଚନା ପରେ ନିଷ୍ପତ୍ତି ନେବେ ବୋଲି କହିଛନ୍ତି।ସାଧାରଣ ନିର୍ବାଚନ ଆଗକୁ ଥିଲାବେଳେ ମାଧବଙ୍କ ଇସ୍ତଫା ବିଜେପି ପାଇଁ ବିରାଟ କ୍ଷତି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

Leave A Reply

Your email address will not be published.