ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ନିର୍ବାଚନର ବିଗୁଲ ବାଜିବାକୁ ଆଉ ଅଳ୍ପ କିଛି ଦିନ ବାକି। ସ୍ଥାନୀୟ ଜୟପୁରରେ କଂଗ୍ରେସ ତାର ଶକ୍ତି ପ୍ରଦର୍ଶନ କରି ବିପକ୍ଷ କ୍ୟାମ୍ପରେ କମ୍ପନ ସୃଷ୍ଟି କରିଛି। ଆଜି ଜୟପୁର ର ପାୱାର ହାଉସ ଛକ ନିକଟରୁ ଏକ ବିଶାଳ ରାଲିରେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ବାହାରି ଦୁର୍ଗା ପଡିଆରେ ପହଞ୍ଚିଥିଲେ।
ସାଙ୍ଗରେ ଥିଲେ ଓଡ଼ିଶା କଂଗ୍ରେସ ପ୍ରଦେଶ ଅଧକ୍ଷ ଶରତ ପଟ୍ଟନାୟକ ଓଡ଼ିଶା ପ୍ରଦେଶ ପ୍ରଭାରୀ ଡ.ଅଜୟ କୁମାର, ସାଂସଦ ସପ୍ରଗିରି ଉଲ୍ଲକା, କଂଗ୍ରେସ ର ବରିଷ୍ଟ ନିର୍ବାଚନ ପରିଚାଳକ ବିଜୟ ପଟ୍ଟନାୟକ, ଏସ ସି ସେଲ ଅଧ୍ୟକ୍ଷ ଜୟରାମ ପାଙ୍ଗି,ରାଜ୍ୟ ସଂଯୋଜକ ମହିଳା ସେଲ ମୁଖ୍ୟ ମିନାକ୍ଷୀ ବାହିନୀପତି, ତଥା ପୂର୍ବତନ କୋରାପୁଟ ବିଧାୟକ କୃଷ୍ଣ ସାଗରିଆ, ନିମାଇଁ ସରକାର, କୃଷ୍ଣ କୁଲଦୀପ, ଆମିର ମାଛ ଭଳି ଆଶାୟୀ ପ୍ରାର୍ଥୀ। ପ୍ରଭାରୀ ଅଜୟ କୁମାର ରାଜ୍ୟ ସରକାର କିପରି ଦୁର୍ନୀତି ରେ ବୁଡି ରହିଛନ୍ତି |
ଶିକ୍ଷ୍ୟା ସ୍ୱାସ୍ଥ୍ୟ ଗମନା ଗମନ ,ବେକାରୀ ସମସ୍ୟା , ଖଣି ଦୁର୍ନୀତି,ଚିଟ ଫଣ୍ଡ ନାରୀ ନିର୍ଯାତନା କୁ ନେଇ ସରକାର ଙ୍କୁ କଡା ସ୍ୱର ରେ ସମାଲୋଚନା କରିବା ସହ ବିଜେପି ବିଜେଡ଼ି ଗୋଟିଏ ମୁଦ୍ରା ର ଦୁଇଟି ପାର୍ଶ୍ଵ ଓ ଦୁର୍ନୀତି ଗ୍ରସ୍ତ ସରକାର କୁ ବିଜେପି ତଥା କେନ୍ଦ୍ର ସରକାର କିଭଳି ଘଂଟ ଘଡାଉଛି ଉଲ୍ଲେଖ କରିଥିଲେ। ଏଭଳି ସନ୍ଦିକ୍ଷାଣ ରେ କଂଗେସ ହିଁ ଏକମାତ୍ର ବିକଳ୍ପ ବୋଲି ପ୍ରକାଶ କରିଥିଲେ।