ଅବିଶ୍ରାନ୍ତ ବର୍ଷା, ବଢ଼ିଲା ହୀରାକୁଦ ଜଳ ଭଣ୍ଡାରର ଜଳ ସ୍ତର

0

ଓଡ଼ିଆ ନ୍ୟୁଜ (ବ୍ୟୁରୋ) : ଅବିଶ୍ରାନ୍ତ ବର୍ଷାରେ ବେହାଲ ଜନଜୀବନ। ଓଡିଶାରେ ମୌସୁମୀ ପ୍ରବେଶ ଓ ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବଢିଲା ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଓ ଇନଫ୍ଲୋ । ରବିବାର ଜଳସ୍ତର ୬୦୦.୪୫ ଫୁଟ ଥିବାବେଳେ ତାହା ଆଜି ବୃଦ୍ଧି ପାଇ ୬୦୧.୩୯ ଫୁଟରେ ପହଂଚିଛି ।

ପାଖାପାଖି ଜଳଭଣ୍ଡାରର ଜଳସ୍ତର ଗୋଟିଏ ଫୁଟ ବୃଦ୍ଧି ପାଇଛି ।ବଙ୍ଗୋପସାଗରରେ ଲଘୁଚାପର ପ୍ରଭାବ, ଆହୁରି ଦୁଇ ଦିନ ବର୍ଷିବ: ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ତେବେ ଇନଫ୍ଲୋ ବଢିବାରୁ ଜଳସ୍ତର ବୃଦ୍ଧି ପାଇଛି ଗତକାଲି ଇନଫ୍ଲୋ ମାତ୍ର ୪୩୩୨ କ୍ୟୁସେକ ଥିବାବେଳେ ଆଜି ଇନଫ୍ଲୋ ବୃଦ୍ଧି ପାଇ ୪୪୨୪୫ କ୍ୟୁସେକରେ ପହଂଚିଛି ।

ଖାସ୍ କରି କଲମାର କିଛି ଗେଟ୍ ଓ କେଲୋର କିଛି ଗେଟ ଖୋଲାଥିବାବେଳେ ଉପମୁଣ୍ଡରେ ବର୍ଷା ମଧ୍ୟ ହୋଇଛି । ହୀରାକୁଦ ବନ୍ଧ କର୍ତ୍ତୃପକ୍ଷ ଦେଇଥିବା ତଥ୍ୟ ଅନୁସାରେ ଗତ ୨୪ ଘଣ୍ଟାରେ ହୀରାକୁଦରେ ୧୨୭.୦ ମିଲିମିଟର ବର୍ଷା ରେକର୍ଡ ହୋଇଛି ।

Leave A Reply

Your email address will not be published.