ସାବିତ୍ରୀ ବ୍ରତରେ ଅଘଟଣ: ସ୍ତ୍ରୀ ଓ ଶାଶୂ-ଶ୍ୱଶୁରଙ୍କୁ ଛୁରାମାଡ଼ କଲା ଜ୍ୱାଇଁ

0

ଖଲିକୋଟ (ଓଡ଼ିଆ ନ୍ୟୁଜ୍): ସାବିତ୍ରୀ ବ୍ରତରେ ଅଘଟଣ । ଖଲିକୋଟରେ ଜ୍ବାଇଁର ଛୁରା ମାଡ଼ରେ ଶାଶୁ- ଶଶୁର ଗୁରୁତର ହୋଇଛନ୍ତି । ତେବେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ତା ବିଗିଡ଼ିବାରୁ ସେମାନଙ୍କୁ ଏମକେସିଜି ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛ।

ସୂଚନାଅନୁଯାୟୀ, ଖଲ୍ଲିକୋଟ ଥାନା ଭେଜିପୁଟ ଗାଁର ପଙ୍କଜ ସାହୁଙ୍କ ଘରେ ପଶି ଜ୍ବାଇଁ କୁନା ପାଳ ତାର ସ୍ତ୍ରୀ ନମିତାଙ୍କୁ ଛୁରୀରେ ଆକ୍ରମଣ କରିବା ସମୟରେ ଶାଶୁ ଶଶୁର ବାଧା ଦେଇଥିଲେ। ଫଳରେ ଉଭୟ ଶାଶୁ ଏବଂ ଶଶୁରକୁ ଜ୍ବାଇଁ ଛୁରା ମାଡ଼ କରିଥିଲା। ଏହି ଘଟଣା ସାହି ପଡିଶା ଜାଣିବା ପରେ ଜ୍ବାଇଁକୁ ଧରି ଗାଁ ଲୋକମାନେ ନିସ୍ତୁକ ମାଡ଼ ମାରିବା ସହ ପୋଲିସର ଜିମା ଦେଇଛନ୍ତି। ଖଲ୍ଲିକୋଟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଜ୍ବାଇଁ ଏବଂ ତାର ସହଯୋଗୀକୁ ଅଟକ ରଖିବା ସହ ଆକ୍ରମଣରେ ବ୍ୟବହାର ହୋଇଥିବା ଛୁରୀକୁ ଜବତ କରିଛନ୍ତି।

Leave A Reply

Your email address will not be published.