ରାଇରଙ୍ଗପୁରରେ ସ୍ୱଯତ୍ନ ଶିବିର ଅନୁଷ୍ଠିତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଲେପ୍ରାସୋସାଇଟି ଏବଂ ଗୋରୁମହିଷାଣୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମିଳିତ ସହଯୋଗ ରେ, ବଡ଼ଗାଁ ସ୍କୁଲ ପରିସରରେ ୨୦ ଜଣ ଫାଇଲେରିଆ (ଗୋଦର ଗୋଡ )ରେ ଆକ୍ରାନ୍ତ ଭିନ୍ନ କ୍ଷମ ବ୍ୟକ୍ତିଙ୍କୁ ନେଇ ଏକ ସ୍ୱଯତ୍ନ ଶିବିର ଅନୁଷ୍ଠିତ ହୋଇଯାଇଛି |

ଏଇ ଶିବିରରେ ଗୋଦର ଗୋଡ଼ର କିପରି ସ୍ୱଯତ୍ନ କରିବେ ସେଇ ବିଷୟରେ ଲେପ୍ରା ସୋସାଇଟି ର କର୍ମୀ, ସୁକୁମତୀ ହେମ୍ବ୍ରମ, ଆମ୍ବୁବତୀ ଦଳାଇ, ରବୀନ୍ଦ୍ର କୁମାର ଦାସ, ସ୍ୱ ଯତ୍ନ ବିଷୟ ରେ ଶିଖ୍ୟା ଦେଇ ଥିଲେ, ଏଏଇ ଶିବିରରେ, ଗୋରୁମହିଷାଣୀ ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ରର ଚିକିତ୍ସା ଅଧିକାରୀ ଡାକ୍ତର, ଛବିରାଣୀ ନାୟକ, BNLW ଲିଟା ହେମ୍ବ୍ରମ, CHO, ଉପସ୍ଥିତ ରହି ମାଗଣାରେ MCR ଚପଲ, କୀଟ୍ସ ବଣ୍ଟନ କରିଥିଲେ ଏବଂ ଆଶା କର୍ମୀ, ଅଙ୍ଗନୱାଡ଼ୀ, କର୍ମୀ ସ୍ୱଯତ୍ନ କରାଇ ଭିନ୍ନ କ୍ଷମ ବ୍ୟକ୍ତି ଙ୍କୁ ସ୍ୱଯତ୍ନ ଶିଖ୍ୟା ଦେବା ରେ ସହାୟତା କରିଥିଲେ |

ଏଇ ସ୍ୱଯତ୍ନ ଶିବିରରେ MCR ଚପଲ, ସ୍ୱଯତ୍ନ କୀଟ, ମାଗଣା ରେ ବଣ୍ଟନ କରିବା ସହିତ ଲେପ୍ରା ସୋସାଇଟି ର କର୍ମୀ ଙ୍କ ଦ୍ୱାରା ଚପଲ ମାପ ନିୟା ଯାଇଥିଲା | ଶେଷରେ ଲେପ୍ରା ସୋସାଇଟି ର ପ୍ରୋଜେକ୍ଟ ଆଶ୍ସୋସିଏଟ, ପ୍ରହଲ୍ଲାଦ ମଙ୍ଗରାଜ ଉପସ୍ଥିତ ରହି ଫାଇଲେରିଆ, ଲକ୍ଷଣ, କାରଣ ଚିକିତ୍ସା ଉପରେ ସଚେତନ କରାଇ ଭିନ୍ନ କ୍ଷମ ବ୍ୟକ୍ତି ମାନେ ନିଜ ଘରେ ରହି କିପରି ସ୍ୱଯତ୍ନ କରିପାରିବେ ବୁଝାଇ, ଶେଷରେ ସମସ୍ତ ଙ୍କୁ ଧନ୍ୟବାଦ ଦେଇ ସ୍ୱଯତ୍ନ ଶିବିରକୁ ସଫଳ ରୂପାୟନ କରିଥିଲେ |

Leave A Reply

Your email address will not be published.