ନାମାଙ୍କନ ଭରିଲେ ମହାକାଳପଡ଼ା ବିଧାନସଭା କ୍ଷେତ୍ରର ସ୍ୱାଧୀନ ବିଧାୟକ ପ୍ରାର୍ଥୀ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ନାମାଙ୍କନ ଭରିଲେ ମହାକାଳପଡ଼ା ବିଧାନ ସଭା କ୍ଷେତ୍ରର ସ୍ୱାଧୀନ ବିଧାୟକ ପ୍ରାର୍ଥୀ ରାଜକିଶୋର ପ୍ରଧାନ l ଦୀର୍ଘ ଦିନ ଧରି ମହାକାଳପଡ଼ା ବିଧାନ ସଭା କ୍ଷେତ୍ର ରେ ଜଣା ଶୁଣା କଂଗ୍ରେସ କର୍ମୀ ଭାବେ ସାଧାରଣ ଲୋକଙ୍କ ସୁଖ ଦୁଃଖରେ ସାମିଲ ହେବା ପରେ ନାମାଙ୍କନ ଭରିଲେ ସ୍ୱାଧୀନ ବିଧାୟକ ପ୍ରାର୍ଥୀ ରାଜକିଶୋର ପ୍ରଧାନ l

ଦଳ ଶ୍ରୀ ପ୍ରଧାନ ଙ୍କ ବିଶ୍ୱାସ କୁ କୁଠାରଘାତ କରିବା ପରେ ମଙ୍ଗଳବାର ବିପୁଳ ସମର୍ଥକ ଗହଣରେ ନିଜ ଗାଁ ମାଟି ରୁ ନାମାଙ୍କନ ଭରିବା ପାଇଁ ବାହାରିଥିଲେ l ଯିବା ବାଟରେ ପବିତ୍ର ପୀଠ ଶ୍ରୀବଳଦେବଜୀଉ ଙ୍କୁ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିବା ପରେ ଉପଜିଲ୍ଲାପାଳ କାର୍ଯ୍ୟାଳୟ କୁ ଯାଇ ନାମାଙ୍କନ ପତ୍ର ଦାଖଲ କରିଛନ୍ତି l

ଆଗାମୀ ଦିନରେ ଜୋରଦାର ନିର୍ବାଚନୀ ପ୍ରଚାର କରିବେ, ଏପରିକି ହାର ଜିତ ନେଇ ବ୍ୟସ୍ତ ବିବ୍ରତ ହେଉନଥିବା ସ୍ୱାଧୀନ ପ୍ରାର୍ଥୀ ଶ୍ରୀ ପ୍ରଧାନ ଲୋକଙ୍କ ସହିତ ଥିଲେ, ଅଛନ୍ତି ଓ ରହିବେ ବୋଲି ଗଣମାଧ୍ୟମ କୁ କହିଛନ୍ତି l

Leave A Reply

Your email address will not be published.