ମୌଳିକ ସୁବିଧାରୁ ବଞ୍ଚିତ ଥିବାରୁ ଭୋଟ ବର୍ଜନ କରିଛନ୍ତି 10ଟି ଗ୍ରାମର ଲୋକ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ମୌଳିକ ସୁବିଧାରୁ ବଞ୍ଚିତ ଥିବାରୁ ଭୋଟ ବର୍ଜନ କରିଛନ୍ତି 10ଟି ଗ୍ରାମର ଲୋକ | ଆଜି ଗଣତନ୍ତ୍ର ର ମହା ପର୍ବ ମତଦାନ ଗ୍ରହଣ | ଏହି ଅବସରରେ ଚାରି ଆଡେ ବହୁ ଉତ୍ସାହର ସହ ଭୋଟ ଗ୍ରହଣ ଚାଲିଥିବା ବେଳେ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଖୁଡୁକୁ ପଞ୍ଚାୟତ ର 10ଗୋଟି ଗ୍ରାମ ର ଗ୍ରାମବାସୀ ଭୋଟ ବର୍ଜନ କରିଛନ୍ତି।

ସୂଚନା ମୁତାବକ, ଜଙ୍ଗଲ ଅଧିକାର ଆଇନର ଉଲଂଘନ ବା ଗ୍ରାମ୍ୟ ଜଙ୍ଗଲ ଅଧିକାର କମିଟି ଗଠନ ଦାବୀରେ ରାଇଘର ବ୍ଲକ ଅନ୍ତର୍ଗତ ଖୁଡୁକୁ ପଞ୍ଚାୟତ ମଧ୍ୟର 10 ଗୋଟି ଗ୍ରାମବାସୀ ଯଥା – ଆଡାମାଧମକି , ଲାଲବଟରାଲି , ଘାଇତାବେଡ଼ା, ମଦନଶ୍ରୀ, ଚିଡ଼େଇ ପାଣି, ଗଦ୍ରାବାଟି, ଛାପରପାଣି , ତରାଇଡଙ୍ଗରି, ମାକଡଟେଣ୍ଡୁ, କେରାଡ଼ିହି ଓ ଭକ୍ତିପାରା ଇତ୍ୟାଦି ଗ୍ରାମବାସୀଙ୍କ ଭୋଟ ବର୍ଜନ ଘୋଷଣା  ଦାବୀ ପୂରଣ ନ ହେବା ଯାଏଁ ଭୋଟ ଦେବୁ ନାହିଁ କହି ଗ୍ରାମବାସୀ ନିଜ ଜିଦ୍ ରେ ଅଟଳ ରହିଥିବା ଦେଖିବାକୁ ମିଳିଛି । ଜିଲ୍ଲା ପ୍ରଶାସନ ଏବଂ ବ୍ଲକ ପ୍ରଶାସନ ର ଅବହେଳା ବିରୋଧରେ ଭୋଟ ବର୍ଜନ କରିଥିବା ଜଣାପଡିଛି ।

ଘଟଣା ସ୍ଥଳ ରେ ବ୍ଲକ ପ୍ରଶାସନ ପହଞ୍ଚି ବୁଝା ସୁଝା କରିଥିଲେ କିନ୍ତୁ ଗ୍ରାମବାସୀ ଶୁଣିନଥିଲେ | ଗ୍ରାମବାସୀ ଗୋଟିଏ ଯିଦରେ ଅଟଳ ରହିଛନ୍ତି, ତେବେ ତାଙ୍କ କହିବା କଥା ଯେ ପ୍ରଶାସନ ଯଦି ଆମ କଥା ଶୁଣି ଆମକୁ ଲିଖିତ ଆକାରରେ ପ୍ରତିଶୃତି ଦେଲେ ଆମେ ଏବେ ଭୋଟ କେନ୍ଦ୍ର ଯାଇ ଭୋଟ ଦେବୁ ବୋଲି ଆଦିବାସୀ ଅଧିକାର ମଞ୍ଚ ଉପସଭାପତି ରନ୍ଦୁ ଗଣ୍ଡ ପ୍ରକାଶ କରିଛନ୍ତି |

Comments are closed.