କୁଡ଼ିଆ ପଞ୍ଚାୟତର ମିଶ୍ରଣ ପର୍ବ ଅନୁଷ୍ଠିତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  କୁଡ଼ିଆ ପଞ୍ଚାୟତର ବହୁ କ୍ରର୍ମୀ ବିଜେପି ଛାଡି ବିଜୁଜନତା ଦଳ ରେ ବିଧିବଦ୍ଧ ଭାବରେ ସାମିଲ ହେଲେ | ସୂଚନା ଅନୁସାରେ, ବାଲେଶ୍ଵର ଜିଲ୍ଲା ବସ୍ତା ନିର୍ବାଚନ ମଣ୍ଡଳୀର ଲଙ୍ଗଳେଶ୍ବର ବିଜୁଜନତା ଦଳ କାର୍ଯ୍ୟାଳୟରେ କୁଡ଼ିଆ ପଞ୍ଚାୟତ ର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି।

ଆଜି ବରିଷ୍ଠ ବିଜେପି ମଣ୍ଡଳ ଉପସଭାପତି ତପନ କୁମାର ପାତ୍ର(ଗଦା ପାତ୍ର ), ୱ।ର୍ଡ ସଦସ୍ୟା ସଞୁଲତା ପାତ୍ର, ଯୁବ ନେତା କାର୍ତ୍ତିକ ପରିଡ଼ା ସମେତ ବହୁ କ୍ରର୍ମୀ ବିଜୁ ଜନତାଦଳରେ ବିଧିବଦ୍ଧ ଭାବରେ ଯୋଗଦାନ କଲେ । ଏଥିରେ ବସ୍ତା ବ୍ଲକ୍ ସଭାପତି ଅନୀଲ କୁମାର ମହାନ୍ତି ଙ୍କ ସଭାପତିତ୍ବରେ , ପୂର୍ବତନ ସାଂସଦ ରବିନ୍ଦ୍ର କୁମାର ଜେନା, କୁଡ଼ିଆ ପଞ୍ଚାୟତ ସଭାପତି ଗୌରାଙ୍ଗ ବେହେରା, ଯୁବ ସଭାପତି ପୃଣ୍ଣଚନ୍ଦ୍ର ଜେନା, ଯୁବ ଜିଲ୍ଲା ସମ୍ପାଦକ ରାଜେଶ ଗିରି ,ଜିଲ୍ଲା ଯୁବ ଉପସଭାପତି ଅନୁପମ ମହାନ୍ତି,ବ୍ଲକ କାର୍ଯ୍ୟକାରୀ ସଭାପତି ଦିଲ୍ଲୀପ ଦଳାଇ, ବ୍ଲକ ଡିଜିଟାଲ ସେକ୍ରେଟାରୀ ରାଜେଶ ବେହେରା, ହିତେଶ ଜେନା,ଅମର ଜେନା ,ଗଗନ ଗିରି, ରଞ୍ଜନ ମହାପାତ୍ର ଉପସ୍ଥିତ ରେ ଆଜି ଏହି ମିଶ୍ରଣ ଅନୁଷ୍ଠିତ ହୋଈଥିଲା।

ତେବେ ଆଜିର ମିଶ୍ରଣ ପର୍ବ ପେଗରପଡା ୱ।ର୍ଡ ଶତାଧିକ ରୁ ଉର୍ଦ୍ଧ୍ବ ବ୍ୟକ୍ତି ବିଶେଷ ଏହି ମିଶ୍ରଣ ପର୍ବ ରେ ସାମିଲ ହୋଇଥିଲେ। ଉକ୍ତ ମିଶ୍ରଣରେ ଦଳ ଆଗାମୀ ସାଧାରଣ ନିର୍ବାଚନ ରେ ଅଧିକ ରୁ ଅଧିକ ଶକ୍ତିଶାଳୀ ହେବ ବୋଲି କହିଛନ୍ତି ନେତୃତ୍ବ ମଣ୍ଡଳୀ।

Leave A Reply

Your email address will not be published.