ଓଡ଼ିଆ ନ୍ୟୁଜ୍: ଘନଉଛି ଯୁଦ୍ଧ ସ୍ଥିତି । ଭାରତରେ ଆକ୍ସନ ହେଲେ ପାକିସ୍ତାନରେ ଦେଖିବାକୁ ମିଳୁଛି ହଲଚଲ । ଗତକାଲି ଭାରତ ପାକିସ୍ତାନ ପାଇଁ ଏୟାର ସ୍ପେସ୍ ବନ୍ଦ କରିବା ପରେ ଆଜି ନିଜ ସୁରକ୍ଷାକୁ ଦୃଷ୍ଟିରେ ରଖି ପାକିସ୍ତାନ ଲାହୋର-କରାଚିରେ ଏୟାର ସ୍ପେସକୁ ବନ୍ଦ କରିଛି ।
ତେବେ ମେ’ ୧ରୁ ମେ’ ୩୧ରୁ ଯାଏଁ ଭୋର ୪ଟାରୁ ସକାଳ ୮ଟା ପର୍ଯ୍ଯନ୍ତ ଏୟାର ସ୍ପେସ୍ ବନ୍ଦ ରହିବାକୁ ନିର୍ଦ୍ଦେଶ ଜାରି ହୋଇଛି । ପୂର୍ବରୁ ଭାରତ ପାଇଁ ପାକିସ୍ତାନ ନିଜର ସମସ୍ତ ଏୟାର ସ୍ପେସ୍ ବନ୍ଦ କରିଥିବା ବେଳେ ଗତକାଲି ଭାରତ ପାକିସ୍ତାନ ପାଇଁ ଏୟାର ସ୍ପେସ୍ ବନ୍ଦ କରିଛି ।ପହଲଗାମ୍ ଆତଙ୍କୀ ହମଲା ପରେ ପାକିସ୍ତାନକୁ ପୁଣି ପାନେ ଦେଇଛି ଭାରତ ।