149 ଛୁଇଁଲା ଭାରତରେ କରୋନା ଜନିତ ମୃତ୍ୟୁ ସଂଖ୍ୟା l

0

ଭାରତରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 149 ରେ ପହଁଞ୍ଚିଛି l ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି l ସମଗ୍ର ଭାରତରେ କରୋନା ସଂକ୍ରମିତ ଙ୍କ ସଂଖ୍ୟା 5194 ଥିବା ବେଳେ ମୃତ୍ୟୁ ସଂଖ୍ୟା 149 ଏବଂ ସୁସ୍ଥ ଙ୍କ ସଂଖ୍ୟା 401 ରେ ପହଁଞ୍ଚିଛି l

ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ 1018 ଥିବା ବେଳେ ତାମିଲନାଡ଼ୁରେ 690 ,ଦିଲ୍ଲୀରେ 576, କେରଳରେ 336, ତେଲେଙ୍ଗାନା ରେ 364, ରାଜସ୍ଥାନ ରେ 328 ଏବଂ ଉତ୍ତରପ୍ରଦେଶ ରେ 326 ଅଛନ୍ତି l ସେହିପରି କରୋନା ଜନିତ ମୃତ୍ୟୁ ସଂଖ୍ୟା ମହାରାଷ୍ଟ୍ର ରେ ସର୍ବଧିକ 64 ଥିବା ବେଳେ ମଧ୍ୟପ୍ରଦେଶ ଏବଂ ଗୁଜୁରାଟରେ 13, ଦିଲ୍ଲୀରେ 9, ପଞ୍ଜାବ ଏବଂ ତେଲେଙ୍ଗାନା ରେ 7 ଜଣ ଲେଖାଏଁ ମୃତ୍ୟୁ ବରଣ କରିଛନ୍ତି l

Leave A Reply

Your email address will not be published.