ଭାରତ-ଆୟାର୍ଲାଣ୍ଡ ଦ୍ୱିତୀୟ ଟି-୨୦, ଜିତିଲା ଟିମ୍ ଇଣ୍ଡିଆ

0

ଓଡିଆ ନ୍ୟୁଜ୍ (ବ୍ୟୁରୋ) : ଭାରତ-ଆୟର୍ଲାଣ୍ଡ ଦ୍ୱିତୀୟ ଟି-୨୦ରେ ଦମଦାର ପ୍ରଦର୍ଶନ କରିଛି ଭାରତୀୟ ଦଳ । ୩୩ ରନରେ ଆୟର୍ଲାଣ୍ଡକୁ ହରାଇ ୨-୦ରେ କବଜା କଲେ ସିରିଜ୍। ଏହି ସଫଳତା ସହ ଲଗାତର ତୃତୀୟ ଥର ପାଇଁ ଭାରତ ଆୟର୍ଲାଣ୍ଡ ବିପକ୍ଷ ସିରିଜ୍ ବିଜୟୀ ହୋଇଛି। ପୂର୍ବରୁ ୨୦୧୮ ଏବଂ ୨୦୨୨ ରେ ସିରିଜ୍ ଜିତିଥିଲା ଭାରତ। ଡବଲିନରେ ଖେଳାଯାଉଥିବା ଏହି ମ୍ୟାଚରେ ପ୍ରଥମେ ଟସ୍ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା ଆୟର୍ଲାଣ୍ଡ। ଭାରତ ପକ୍ଷରୁ ଓପନିଂ ପାଇଁ ମୈଦାନକୁ ଓହ୍ଲାଇଥିଲେ ଯଶସ୍ୱୀ ଜୈସ୍ୱାଲ ଓ ଋତୁରାଜ ଗାଏକ୍ୱାଡ୍।

ପ୍ରାରମ୍ଭରୁ ଉଭୟ ବଡ ସର୍ଟ୍ସ ଖେଳିଥିଲେ। ଦଳୀୟ ସ୍କୋର୍ ୨୯ ହୋଇଥିବା ବେଳେ ପ୍ରଥମେ ଆଉଟ୍ ହୋଇ ଯାଇଥିଲେ ଯଶସ୍ୱୀ। ସେ ୧୮ ରନ୍ କରି ପାଭିଲିଅନ୍ ଫେରି ଯାଇଥିଲେ। ଏହାପରେ ଆସିଥିଲେ ତିଳକ ବର୍ମା। କିନ୍ତୁ ପୂର୍ବ ମ୍ୟାଚ୍ ଭଳି ଏଥର ମଧ୍ୟ ନିରାଶ କରିଥିଲେ ତିଳକ। ମାତ୍ର ଏକ ରନ୍ କରି ସେ ଆଉଟ୍ ହୋଇଯାଇଥିଲେ। ଏହାପରେ ଋତୁଙ୍କ ସାଥ୍ ଦେଇଥିଲେ ସଞ୍ଜୁ। ଉଭୟଙ୍କ ଭାଗିଦାରୀରେ ଦଳ ୧୨ ଓଭର ବେଳକୁ ୧୦୫ ରନ ସଂଗ୍ରହ କରିଥିଲା। କିନ୍ତୁ ୨୬ ବଲରେ ୪୦ ରନ୍ ସଂଗ୍ରହ କରିଥିବା ବେଳେ ବେଞ୍ଜାମିନ୍ ହ୍ୱାଇଟଙ୍କ ଶିକାର ହୋଇଥିଲେ ସଞ୍ଜୁ ସାମସନ୍। ଏହାପରେ ମଧ୍ୟକ୍ରମାରେ ଟିମକୁ ମଜବୁତ କରିଥିଲେ ରିଙ୍କୁ ଶର୍ମା। ଗତ ମ୍ୟାଚରେ ବ୍ୟାଟିଂ ସୁଯୋଗ ପାଇନଥିବା ରିଙ୍କୁ ଏହି ମ୍ୟାଚରେ ଦର୍ଶନୀୟ ସର୍ଟ୍ସ ଖେଳିଥିଲେ।

୧୮୬ ରନର ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇଥିଲା ଟିମ୍ ଆୟର୍ଲାଣ୍ଡ। ଭାରତୀୟ ବ୍ୟାଟରଙ୍କ ଭଳି ବୋଲର୍ ମଧ୍ୟ ଶକ୍ତିଶାଳୀ ପ୍ରଦର୍ଶନ କରିଥିଲେ। ଭାରତୀୟ ବୋଲରଙ୍କ ସମ୍ମୁଖରେ ଅନ୍ୟ କେହି ବ୍ୟାଟର୍ ତିଷ୍ଟିପାରି ନଥିଲେ। ନିର୍ଦ୍ଧାରିତ ଓଭର୍ ମଧ୍ୟରେ ଦଳ ୮ ୱିକେଟ୍ ହରାଇ ୧୫୨ ରନ୍ ସଂଗ୍ରହ କରିଥିଲା।ଫଳରେ ଏହି ମ୍ୟାଚକୁ ୩୩ ରନରେ ଜିତି ନେଇଛି ଭାରତ

Leave A Reply

Your email address will not be published.