ବିଶ୍ୱର ଦକ୍ଷତା ଏବଂ ପ୍ରତିଭାର ରାଜଧାନୀ ହେବ ଭାରତ, ଫିନଲ୍ୟାଣ୍ଡର ନିଯୁକ୍ତି ମନ୍ତ୍ରୀ ତୁଲା ହାତାନେନଙ୍କ ସହ ସାକ୍ଷାତ୍ କଲେ କେନ୍ଦ୍ରମନ୍ତ୍ରୀ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁଧବାର ନୂଆଦିଲ୍ଲୀ ସ୍ଥିତ ଶାସ୍ତ୍ରୀଭବନରେ ଫିନଲ୍ୟାଣ୍ଡର ନିଯୁକ୍ତି ମନ୍ତ୍ରୀ ତୁଲା ହାତାନେନଙ୍କ ସହ ସାକ୍ଷାତ୍ କରିଛନ୍ତି ।

ଏହି ସାକ୍ଷାତ୍ କାଳରେ ଉଭୟ ମନ୍ତ୍ରୀଙ୍କ ମଧ୍ୟରେ ଭାରତ ଓ ଫିନଲ୍ୟାଣ୍ଡ ମଧ୍ୟରେ ଦକ୍ଷତା ବିକାଶ କ୍ଷେତ୍ରକୁ ସୁଦୃଢ଼ କରିବା ଉପରେ ଆଲୋଚନା ହୋଇଛି । ବିଶେଷ ଭାବରେ ପାରସ୍ପରିକ ସହଯୋଗରେ କୌଶଳ ଯୋଗ୍ୟତା, ଦକ୍ଷତା ସାମଞ୍ଜସ୍ୟ ଏବଂ କାର୍ଯ୍ୟବଳର ଗତିଶୀଳତାକୁ ଚିହ୍ନଟ କରିବା ଦିଗରେ ବୈଠକରେ ଚର୍ଚ୍ଚା କରାଯାଇଥିଲା ।

ଏହି ଅବସରରେ ଶ୍ରୀ ପ୍ରଧାନ କହିଥିଲେ ଯେ ଭାରତ ; ବିଶ୍ୱର ଦକ୍ଷତା ଏବଂ ପ୍ରତିଭାର ରାଜଧାନୀ ହେବାକୁ ଯାଉଛି । ଭାରତର ପ୍ରତିଭା ବିଶ୍ୱର ଶ୍ରମ ବଜାରର ଅଭାବକୁ ପୂରଣ କରିବାରେ ସହାୟକ ହେବ । ଦକ୍ଷତା ସାମଞ୍ଜସ୍ୟ, ଛାତ୍ରଛାତ୍ରୀ ଏବଂ କାର୍ଯ୍ୟବଳର ଗତିଶୀଳତା ଓ ଦକ୍ଷତା ବିକାଶରେ କାପାସିଟି ବିଲଡିଂ ଉଭୟ ଦେଶକୁ ଲାଭ ଦେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ବୈଠକରେ ଦକ୍ଷତା ବିକାଶ ମନ୍ତ୍ରଣାଳୟ ଏବଂ ଫିନଲ୍ୟାଣ୍ଡର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଫିନଲ୍ୟାଣ୍ଡ ମନ୍ତ୍ରୀଙ୍କୁ ସାକ୍ଷାତ୍ କରିବା ଅବସରରେ ମହପ୍ରଭୁଙ୍କ କଳାକୃତି ବିଶିଷ୍ଟ ଏକ ପଟ୍ଟଚିତ୍ର ପ୍ରଦାନ କରିଥିଲେ ।

Leave A Reply

Your email address will not be published.