ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମରେ ଇତିହାସ ରଚିଲା ଟିମ୍‌ ଇଣ୍ଡିଆ: ପଦାର୍ପଣ ମ୍ୟାଚରେ ସ୍ପେନ୍‌କୁ ହରାଇଲା

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ହକି ବିଶ୍ୱକପ୍‌ରେ ବିଜୟରୁ ଅଭିଯାନ ଆରମ୍ଭ କରିଛି ଭାରତ । ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମରେ ଇତିହାସ ରଚିଲା ଟିମ୍‌ ଇଣ୍ଡିଆ । ପଦାର୍ପଣ ମ୍ୟାଚରେ ସ୍ପେନ୍‌କୁ ହରାଇଲା ଭାରତ । ପ୍ରଥମ ମ୍ୟାଚକୁ ୨-୦ ଗୋଲରେ ଜିତିଛି । ହୋମ୍‌ ଗ୍ରାଉଣ୍ଡରେ ଦମ୍‌ ଦେଖାଇଲେ ଓଡ଼ିଆ ପୁଅ ଅମିତ ରୋହିଦାସ । ଭାରତ ପାଇଁ ସେ ପ୍ରଥମ ଗୋଲ୍‌ ଦେଇଥିଲେ ।

ପ୍ରଥମ କ୍ୱାର୍ଟରର ୧୨ ମିନିଟରେ ପେନାଲ୍‌ଟିକୁ ଗୋଲ୍‌ କରିଥିଲେ ଅମିତ ରୋହିଦାସ । ଦ୍ୱିତୀୟ କ୍ୱାର୍ଟରରେ ଗୋଲ୍‌ ଦେଇଥିଲେ ହାର୍ଦ୍ଦିକ ସିଂ । ୨୬ ମିନିଟରେ ସ୍ପେନ୍‌ ଉପରେ ଦ୍ୱିତୀୟ ଗୋଲ୍‌ ଦେଇଥିଲେ । ଷ୍ଟାଡିୟମରେ ବସି ମ୍ୟାଚ୍‌ ଦେଖିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତାଙ୍କ ସହ ଉପସ୍ଥିତ ଥିଲେ ସିକିମ ମୁଖ୍ୟମନ୍ତ୍ରୀ ପ୍ରେମ ସିଂ ତମଙ୍ଗ l ଭାରତୀୟ ଖେଳାଳିଙ୍କୁ ଉତ୍ସାହିତ କରିବା ପାଇଁ ରାଉରକେଲାରେ ପହଞ୍ଚିଥିଲେ ନବୀନ ପଟ୍ଟନାୟକ । .

Leave A Reply

Your email address will not be published.