କଟକ ଟାଙ୍ଗୀ ଟୋଲଗେଟ୍‌ରେ ଯାଞ୍ଚ ବେଳେ ବସ୍‌ରୁ ମିଳିଲା ବିଡ଼ା ବିଡ଼ା ଟଙ୍କା: ପ୍ରକୃତ କାରଣ ଖୋଜୁଛି ପୋଲିସ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):ପ୍ୟାକେଟ ଭର୍ତ୍ତି ଟଙ୍କା । ବିଡ଼ା ବି଼ଡ଼ା ନୋଟ୍‌ । ବସ୍‌ରୁ ୪ ପ୍ୟାକେଟ ଭର୍ତ୍ତି ଟଙ୍କା ଜବତ । ଅବକାରୀ ବିଭାଗ କର୍ମଚାରୀ ତାଜୁବ । ଆଜି ଟାଙ୍ଗୀ ଟୋଲଗେଟ ନିକଟରେ ଗଞ୍ଜେଇ ଚାଲାଣ ସନ୍ଦେହରେ କଟକ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଏକ ବସ୍‌ରେ ଯାଞ୍ଚ କରାଯାଉଥିଲା । ବସ୍‌ଟି କଟକରୁ କୋଲକାତା ଯାଉଥିଲା । ବସ୍‌ରେ ଜଣେ ଯାତ୍ରୀ ସୁକୁମାର ସ’ଙ୍କ ନିକଟରୁ ୪ଟି ପ୍ୟାକେଟରେ ଥିବା ୮୦ ଲକ୍ଷ ଟଙ୍କା ଜବତ ହୋଇଛି । ସୁକୁମାରଙ୍କ ଘର ପଶ୍ଚିମବଙ୍ଗରେ । ଜବତ ଟଙ୍କାର କୌଣସି ବୈଧ କାଗଜପତ୍ର ନାହିଁ ।

ପୂର୍ବରୁ ଦୁଇ ଥର ନଗଦ ମୋଟା ଅଙ୍କର ଟଙ୍କା କାରବାର କରିଛି ଅଭିଯୁକ୍ତ ସୁକମାର ସ । ଥରେ ନଗଦ ୫୦ ଲକ୍ଷ ଓ ଆଉ ଥରେ ୬୦ ଲକ୍ଷ ଟଙ୍କା ନେଇ ଯାଇଥିଲେ । ହେଲେ ଧରାପଡ଼ିନଥିଲେ । ଅଟକ ଅଭିଯୁକ୍ତ ସୁକୁମାର କହିଛି, ଏସବୁ ଟଙ୍କା ତାଙ୍କର ନୁହେଁ । ସମ୍ପର୍କୀୟ ଭିଣୋଇଙ୍କର । ଯିଏ କଟକରେ ସୁନା ବ୍ୟବସାୟ କରନ୍ତି ଏବଂ ତାଙ୍କ ଜରିଆରେ କୋଲକାତାକୁ ୮୦ ଲକ୍ଷ ଟଙ୍କା ପଠାଇଥିଲେ । ବାବୁଘାଟ ବସଷ୍ଟାଣ୍ଡରେ ଏହି ଟଙ୍କାକୁ ସେ ଜଣେ ଅପରିଚିତ ବ୍ୟକ୍ତିଙ୍କୁ ଦେବାର ଥିଲା ।  ପୂର୍ବରୁ ଅନେକ ଥର କଟକ ସହର ଓ ଆଖ ପାଖ ଅଞ୍ଚଳରୁ ନଗଦ ମୋଟା ଅଙ୍କର ଟଙ୍କା ଜବତ ହୋଇଛି । ହେଲେ ଏହି ନଗଦ ୮୦ ଲକ୍ଷ ଟଙ୍କା କେଉଁ ଉଦ୍ଦେଶ୍ୟରେ ନିଆଯାଉଥିଲା ଓ ଏହା ପଛର ପ୍ରକୃତ କାରଣ କଣ ସେନେଇ ତଦନ୍ତ ଜାରି ରହିଛି ।

Leave A Reply

Your email address will not be published.