୩ ତାରିଖରେ ହଲରେ ରିଲିଜ ହେବ ଓଡ଼ିଆ ଫିଲ୍ମ ‘ଦମନ’ର ହିନ୍ଦୀ ଭର୍ସନ, ଶୁଭେଛା ଜଣାଇଲେ ବଲିଉଡ ଅଭିନେତା ଅଜୟ ଦେବଗନ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ବଲିଉଡ ଅଭିନେତା ଅଜୟ ଦେବଗନ ଓଡ଼ିଆ ଫିଲ୍ମ ‘ଦମନ’ର ହିନ୍ଦୀ ଭର୍ସନର ଟ୍ରେଲର ରିଲିଜ କରିଛନ୍ତି । ଫିଲ୍ମଟି ଫେବୃଆରୀ ୩ ତାରିଖରେ ସିନେମା ଘରେ ରିଲିଜ ହେବ ବୋଲି ଘୋଷଣା କରାଯାଇଛି । ଫିଲ୍ମ ନେଇ ଅଜୟ ଦେବଗନ ଟ୍ୱିଟ୍ ମଧ୍ୟ କରିଛନ୍ତି । ଏଥିସହିତ ବହୁ ବଡ଼ ବଡ଼ ବଲିଉଡ ସେଲିବ୍ରିଟି ଫିଲ୍ମକୁ ନେଇ ଟ୍ୱିଟ୍ କରୁଥିବା ଦେଖିବାକୁ ମିଳିଛି ।

ଆସନ୍ତା ଫେବୃଆରୀ ୩ରେ ହିନ୍ଦୀରେ ରିଲିଜ ହେବ ଓଡିଆ ଫିଲ୍ମ ଦମନ । ଆଜି ଫିଲ୍ମର ଟ୍ରେଲର ହିନ୍ଦୀରେ ରିଲିଜ ହୋଇଥିବାବେଳେ ଖବର ଲେଖାହେବା ସୁଦ୍ଧା ୬୩ ହଜାର ଦର୍ଶକ ଦେଖିସାରିଲେଣି ।

ଟ୍ରେଲର ରିଲିଜ ପରେ ସୋସିଆଲ ମିଡିଆରେ ଛୁଟୁଛି ପ୍ରଶଂସାର ସୁଅ । କିଏ ବାବୁସାନଙ୍କ ପ୍ରଶଂସାରେ ତ ପୁଣି କିଏ ଦମନ ଚଳଚ୍ଚିତ୍ରର ପ୍ରଂଶସାରେ । ପୁଣି କିଏ ଭିନ୍ନ କାହାଣୀ ଓ ବାସ୍ତବବାଦୀ ଫିଲ୍ମ ପାଇଁ ନିର୍ଦ୍ଦେଶକଙ୍କୁ ସବୁ ଶ୍ରେୟ ଦେବାକୁ ଭୁଲି ନାହିଁ । ଦମନକୁ ଆଶାଠୁ ଅଧିକ ଭଲପାଇବା ମିଳିବା ପରେ ହିନ୍ଦୀରେ ରିଲିଜ କରିବା ପାଇଁ କିଛି ଦିନ ପୂର୍ବେ ପ୍ରଯୋଜକ ଓ ନିର୍ଦ୍ଦେଶକ ଚିନ୍ତା କରିଥିଲେ । ଯାହାର ଦାୟିତ୍ବ ନେଇଥିଲା ପାନୋରମା ଷ୍ଟୁଡିଓ । ନିକଟରେ ଷ୍ଟୁଡିଓ ସହ ଚୁକ୍ତିନାମା ହୋଇଥିବା ବି ନିର୍ଦ୍ଦେଶକ ଦେବୀ ପ୍ରସାଦ ଲେଙ୍କା ଓ ବିଶାଲ ମୌର୍ଯ୍ୟ ସୂଚନା ଦେଇଥିଲେ ।

ଗତବର୍ଷ ଜନ ଆନ୍ଦୋଳନ ତିଆରି କରି ଟ୍ରାକକୁ ଫେରିଥିଲା ଓଡିଆ ଫିଲ୍ମ ଦମନ । କେବଳ ଓଡିଶା ନୁହେଁ ସାରା ବିଶ୍ବ ‘ଦମନ‘ ମାୟାରେ ହୋଇଥିଲା ବାୟା । ଜାତୀୟ ଓ ଆନ୍ତର୍ଜାତିକ ପ୍ରଯୋଜକ ଓ ଦର୍ଶକ ମଧ୍ୟ ଦମନକୁ ବାଃ ବାଃ କହିବାକୁ ପଛାଇ ନଥିଲେ। ପ୍ୟାନ୍ ଇଣ୍ଡିଆର ଚର୍ଚ୍ଚିତ ଚଳଚ୍ଚିତ୍ର ଭାବେ ଉଭା ହୋଇଥିଲା ଓଡିଆ ଫିଲ୍ମ ଦମନ । ଉଜ୍ଳଳ ସମ୍ଭାବନା ଭିତରେ ଫିଲ୍ମଟିକୁ ହିନ୍ଦୀରେ ରିଲିଜ କରିବା ପାଇଁ ନିର୍ମାତା ଯେଉଁ ପଦକ୍ଷେପ ନେଇଥିଲେ ଟ୍ରେଲର ରିଲିଜ ପରେ ଆଜି ତାହା ବାରି ହୋଇପଡୁଛି।

Leave A Reply

Your email address will not be published.