ଓଡିଆ ନ୍ୟୁଜ୍(ବ୍ୟୁରୋ): ଭାରତୀୟ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ । ଉଚ୍ଚଶିକ୍ଷା ପାଇଁ ପାକିସ୍ତାନ ନ ଯିବାକୁ ପରାମର୍ଶ ଦେଇଛି ବିଶ୍ଵବିଦ୍ୟାଳୟ ଅନୁଦାନ ଆୟୋଗ-UGC ଓ AICTE । ଭାରତର ଯେକୌଣସି ନାଗରିକ ଏବଂ ବିଦେଶୀ ନାଗରିକ ଯଦି ପାକିସ୍ତାନର କୌଣସି କଲେଜରେ ଡିଗ୍ରୀ ହାସଲ କରିଥାନ୍ତି କିମ୍ବା ସେଠାକାର କୌଣସି ଶିକ୍ଷାନୁଷ୍ଠାନରେ ଆଡମିଶନ କରିବାକୁ ଇଚ୍ଛା କରନ୍ତି ତାହେଲେ ସେଥିରୁ ନିବୃତ୍ତ ରୁହନ୍ତୁ । ପାକିସ୍ତାନରେ ପାସ୍ ହୋଇ ସେଠାକାର ଶିକ୍ଷାଗତ ଯୋଗ୍ୟତା ଆଧାରରେ ଭାରତରେ ଚାକିରି କିମ୍ବା ଉଚ୍ଚଶିକ୍ଷା ପାଇବାକୁ ସେମାନେ ଯୋଗ୍ୟ ବିବେଚିତ ହେବେ ନାହିଁ ।
ପାକିସ୍ତାନରେ ଉଚ୍ଚଶିକ୍ଷା ହାସଲ କରିଥିବା ତଥା ଭାରତ ଦ୍ୱାରା ନାଗରିକତ୍ୱ ପ୍ରାପ୍ତ ପ୍ରବାସୀ ତଥା ସେମାନଙ୍କ ପିଲାମାନେ MHAରୁ ସୁରକ୍ଷା କ୍ଲିୟରାନ୍ସ ପାଇବା ପରେ ଭାରତରେ ଚାକିରି ପାଇବାକୁ ଯୋଗ୍ୟ ହେବେ । ଏନେଇ ୟୁଜିସି ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । କିଛି ଦିନ ତଳେ ଉଭୟ ୟୁଜିସି ଓ ଏଆଇସିଟିଇ ମିଳିତ ଆଡ଼ଭାଇଜାରୀ ଜାରି କରି କହିଥିଲେ ଯେ ଭାରତୀୟ ଛାତ୍ରଛାତ୍ରୀମାନେ ଚୀନର ବିଶ୍ୱବିଦ୍ୟାଳୟମାନଙ୍କରେ ଆଡମିଶନ ନିଅନ୍ତୁ ନାହିଁ । କୋଭିଡ -୧୯ ମହାମାରୀ ପରେ ଚୀନ୍ ସରକାରଙ୍କ ଦ୍ୱାରା ଯାତ୍ରା ପ୍ରତିବନ୍ଧକ ଲାଗୁ ହେବା ପରେ ଏହି ଆଡ଼ଭାଇଜାରୀ ଆସିଥିଲା ।