ମାଲକାନଗିରିରେ ଆଉ ୨୪ ଘଣ୍ଟା ପାଇଁ ବଢ଼ିଲା ଇଣ୍ଟରନେଟ୍‌ କଟକଣା

0

ଓଡ଼ିଆ ନ୍ୟୁଜ୍: ମାଲକାନଗିରିରେ ଆଉ ୨୪ ଘଣ୍ଟା ପାଇଁ ବଢ଼ିଲା ଇଣ୍ଟରନେଟ୍‌ କଟକଣା। ଆଜି ରାତି ୧୨ଟାରୁ କାଲି ରାତି ୧୨ ପର୍ଯ୍ୟନ୍ତ କଟକଣା ବଢ଼ିଲା।୧୪ରୁ ୧୮ ପର୍ଯ୍ୟନ୍ତ ହେବାକୁ ଥିବା ‘ମାଲ୍ୟବନ୍ତ ମହୋତ୍ସବ’ ସ୍ଥଗିତ। ଏମ୍‌ଭି-୨୬ ଯାଇ ସ୍ଥିତି ପରଖିଲେ ଆର୍‌ଡିସି ଓ ଜିଲ୍ଲାପାଳ। ମାଲକାନଗିରି ଜିଲାରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଥିବା ବେଳେ ଜିଲାସ୍ତରୀୟ ଲୋକ ମହୋତ୍ସବ ମାଲ୍ୟବନ୍ତ- ୨୦୨୫କୁ ଜିଲା ପ୍ରଶାସନ ପକ୍ଷରୁ ସ୍ଥଗିତ ରଖାଯାଇଛି। ଡିସେମ୍ବର ୧୪ରୁ ୧୭ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଜିଲାସ୍ତରୀୟ ମହୋତ୍ସବକୁ ଆସନ୍ତା ଜାନୁଆରୀ ମାସକୁ ଘୁଞ୍ଚାଯାଇଛି। ଜିଲାରେ ସ୍ଥିତିରେ ସୁଧାର ଆସିବା ପରେ ମହୋତ୍ସବ ପାଳନ ପାଇଁ ଆସନ୍ତା ଜାନୁଆରୀ ମାସରେ ତାରିଖ ଧାର୍ଯ୍ୟ କରାଯିବ ବୋଲି ଜିଲା ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି।

ପ୍ରକାଶ ଯେ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଗୁରୁବାର ପୂର୍ବାହ୍ନରେ ଜିଲାପାଳଙ୍କ କାର୍ଯ୍ୟାଳୟଠାରେ ପ୍ରଥମେ ଜିଲା ପ୍ରଶାସନ ସହ ଆଲୋଚନା କରିଥିଲେ। ଏମ୍‌ଭି-୨୬ ଗ୍ରାମରେ ହୋଇଥିବା ଉତ୍ତେଜନାମୂଳକ ପରିସ୍ଥିତି ଉପରେ ସମୀକ୍ଷା କରିଥିଲେ। ବୈଠକରେ ଜିଲା ଆଦିବାସୀ ସଂଘ ଓ ଜିଲା ବଙ୍ଗାଳି ସମାଜ ନେତୃବୃନ୍ଦଙ୍କ ସହ ଆଲୋଚନା କରିଥିଲେ।

Leave A Reply

Your email address will not be published.