ନିଶାସକ୍ତ ଅବସ୍ଥାରେ ଶ୍ୱଶୁର ଘରେ ହଙ୍ଗାମା; ଜ୍ଵାଇଁଙ୍କୁ ମହଙ୍ଗା ପଡ଼ିଲା 

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଗତକାଲି ବିଳମ୍ବିତ ରାତିରେ ଶ୍ୱଶୁର ଘରକୁ ଯାଇ ନିଶାସକ୍ତ ଅବସ୍ଥାରେ ନିଜର ଦୁଇ ସହଯୋଗୀଙ୍କ ସହ ଜୋଇଁର ହଙ୍ଗାମା ମହଙ୍ଗା ପଡିଛି ଜୋଇଁକୁ।ଜ୍ଵାଇଁ ସମେତ ୨ ନିଶାଶକ୍ତ ଯୁବକଙ୍କୁ ଖୁଣ୍ଟରେ ବାନ୍ଧି ନିସ୍ତୁକ ଛେଚିଲେ ଗାଁ ଲୋକେ ।ଭିଡିଓ ହେଲା ଭାଇରାଲ ।ଉଦ୍ଧାର କଲା ଖନ୍ତାପଡ଼ା ଥାନା ପୁଲିସ। ଖନ୍ତାପଡ଼ା ଥାନାରେ ମାମଲା ରୁଜୁ ।ସୂଚନା ଅନୁସାରେ ବାଲେଶ୍ଵର ଜିଲ୍ଲା ଖନ୍ତାପଡା ଥାନା ଶ୍ରୀଜଙ୍ଗ ପଞ୍ଚାୟତ ଶ୍ରୀରାମପୁର ଗ୍ରାମରେ ଶ୍ଵଶୁର ଘରେ ନିଶାଶକ୍ତ ଜ୍ଵାଇଁର ଉନ୍ମକ୍ତ କାଣ୍ଡ , ୨ ସହଯୋଗୀ ଯୁବକଙ୍କୁ ନେଇ ଶ୍ଵଶୁର ଘରେ ହଙ୍ଗାମା କରିବା ଜ୍ଵାଇଁ କୁ ମହଙ୍ଗା ପଡିଛି ।

ଗାଁ ଲୋକେ ଜ୍ଵାଇଁ ସମେତ ୨ ସହଯୋଗୀ ଯୁବକଙ୍କୁ ଖୁଣ୍ଟରେ ବାନ୍ଧି ନିସ୍ତୁକ ଛେଚିବା ସହ ପୋଲିସରେ ଜିମା ଦେଇଥିବା ଜଣାପଡିଛି । ଖବର ଅନୁସାରେ ଗୋପାଳପୁର ଥାନା ତାଳପଦା ଗ୍ରାମର ବିଶ୍ଵନାଥ ନାୟକ ଖନ୍ତାପଡା ଥାନା ଶ୍ରୀଜଙ୍ଗ ପଞ୍ଚାୟତ ଶ୍ରୀରାମପୁର ଗ୍ରାମର ମୁରଲୀଧର ମହାରଣାଙ୍କ ଝିଅକୁ ଗତ ୮ ବର୍ଷ ତଳେ ବିବାହ କରିଥିଲେ । ବିବାହ ପରେ ସ୍ତ୍ରୀକୁ ଯୌତୁକ ନିର୍ଯାତନା ଦେଇ ଆସୁଥିଲେ ।ଏନେଇ ଥାନାରେ ସ୍ଵାମୀ ବିରୁଦ୍ଧରେ ସ୍ତ୍ରୀ ଥାନାରେ ଲିଖିତ ଅଭିଯୋଗ କରିବା ସହ ୨ ମାସ ତଳେ ନିଜ ବାପଘର ଶ୍ରୀରାମପୁରକୁ ଆସି ରହୁଥିଲେ ।ଗତକାଲି ବିଳମ୍ବିତ ରାତିରେ ସ୍ଵାମୀ ନିଶାଶକ୍ତ ଅବସ୍ଥାରେ ୨ ଜଣ ଯୁବକ ଗୋପାଳପୁର ଥାନା ବେଣାପଦା ଗ୍ରାମର ସଞ୍ଜୟ ସାମଲ ଏବଂ ନୀଳକଣ୍ଠପୁର ଗ୍ରାମର ରମେଶ ଚନ୍ଦ୍ର କର ଙ୍କୁ ସାଙ୍ଗରେ ଧରି ନିଜ ଶ୍ଵଶୁର ଘରେ ପହଁଞ୍ଚିଥିଲେ । ପରେ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହ ବାଡ଼ ଉପାଡିବା ସହ ଘରର କବାଟ ବାଡାଇ ହଙ୍ଗାମା କରିଥିଲେ ।

ଗ୍ରାମବାସୀ ଖବର ପାଇ ରୁଣ୍ଡ ହୋଇଥିବା ବେଳେ ଜ୍ଵାଇଁ ବିଶ୍ଵନାଥ ଙ୍କ ସହ ୨ ସହଯୋଗୀ ଯୁବକ ସଞ୍ଜୟ ଏବଂ ରମେଶ ଙ୍କୁ ଦଉଡି ସାହାଯ୍ୟରେ ଖୁଣ୍ଟରେ ବାନ୍ଧି ନିସ୍ତୁକ ଛେଚିଥିଲେ । ପରେ ଖନ୍ତାପଡା ପୁଲିସକୁ ଖବର ଦେବାପରେ ବିଳମ୍ବିତ ରାତି ପ୍ରାୟ ୧.୩୦ ସମୟରେ ଖନ୍ତାପଡା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ବନ୍ଧା ହୋଇଥିବା ୩ ଯୁବକଙ୍କୁ ଉଦ୍ଧାର କରି ଥାନାକୁ ଆଣିଥିବା ଜଣାପଡିଛି । ଏନେଇ ଝିଅର ବାପା ମୁରଲୀଧର ମହାରଣା ଖନ୍ତାପଡା ଥାନାରେ ଜ୍ଵାଇଁ ସମେତ ୨ ସହଯୋଗୀ ଯୁବକଙ୍କ ନାମରେ ଖନ୍ତାପଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ସେହିପରି ମୁରଲୀଧରଙ୍କ ପରିବାର ପକ୍ଷରୁ ବାନ୍ଧି ନିସ୍ତୁକ ମାଡ ସମ୍ପର୍କରେ ଜ୍ଵାଇଁ ଙ୍କ ସହଯୋଗୀ ରମେଶ ଚନ୍ଦ୍ର କର ଖନ୍ତାପଡା ଥାନାରେ ପାଲଟା ଅଭିଯୋଗ କରିଥିବା ଜଣାପଡିଛି । ଖନ୍ତାପଡା ଥାନା ପୋଲିସ ୨ ଗୋଟି ଅଭିଯୋଗ ମୂଳେ ୨୧୬/୨୪ ଏବଂ ୨୧୭/୨୪ ରେ ୨ ଗୋଟି ମାମଲା ରୁଜୁକରି ତଦନ୍ତ ଜାରି ରଖିଥିବା ଜଣାପଡିଛି ।

Leave A Reply

Your email address will not be published.