ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଖୁବ୍ ଶୀଘ୍ର ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟା ତଦନ୍ତ କମିଶନ ରିପୋର୍ଟ ସାର୍ବଜନୀନ କରାଯିବ। ଏ ନେଇ ନିଷ୍ପତ୍ତି ନେବେ ସରକାର।ମୁଖ୍ୟମନ୍ତ୍ରୀ ଏ ନେଇ ଆଲୋଚନା କରିଛନ୍ତି। ଆଗାମୀ ଦିନରେ ସରକାର କଣ କରିବେ ସେ ନେଇ ଶୀଘ୍ର ନିଷ୍ପତ୍ତି ହେବ। ଏଭଳି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ।
ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଆହୁରି ମଧ୍ୟ କହିଛନ୍ତି ଯେ, ଯେଉଁ କଥା ଆମେ ବିଗତ ଦିନରେ କହିଥିଲୁ, ଏବେ ଶୀଘ୍ର ଆଲୋଚନା କରାଯାଇ କମିଶନ ରିପୋର୍ଟ ଓ ଅନ୍ୟାନ୍ୟ ଦିଗ ସମ୍ପର୍କରେ ନିଷ୍ପତ୍ତି ନିଆଯିବ। ସ୍ବାମୀ ଲକ୍ଷ୍ମଣାନନ୍ଦଙ୍କ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ପାଇଁ ହାଇକୋର୍ଟରେ ମାମଲା ଚାଲିଛି । ପୂର୍ବର ବିଜେଡି ସରକାର ମାର୍ଚ୍ଚ ୫, ୨୦୨୪ରେ ସତ୍ୟପାଠରେ ଯୁକ୍ତି ଦର୍ଶାଇଥିଲେ ଯେ ଘଟଣାର ୧୫ବର୍ଷ ପରେ ସିବିଆଇ ତଦନ୍ତ ଦାବି କରାଯାଉଛି ।
ସୂଚନାଯୋଗ୍ୟ ଯେ, ୨୦୦୮ ମସିହା ଅଗଷ୍ଟ ୨୩ ତାରିଖ ଦିନ ସ୍ଵାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀ ଏବଂ ତାଙ୍କର ଅନ୍ୟ ୪ ଜଣ ଅନୁଗତଙ୍କୁ ଦୁର୍ବୃତ୍ତ ମାନେ ନିର୍ମମ ଭାବେ କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ଜଳେଶପଟ୍ଟା କନ୍ୟାଶ୍ରମରେ ହତ୍ୟା କରିଥିଲେ । ଇତି ମଧ୍ୟରେ ସେହି ଘଟଣାକୁ ଦୀର୍ଘ ବର୍ଷ ବିତିଗଲାଣି । ପ୍ରତିବର୍ଷ ବିଶ୍ଵ ହିନ୍ଦୁ ପରିଷଦ ପକ୍ଷରୁ ସ୍ଵାମୀଜୀଙ୍କ ଶ୍ରଦ୍ଧାଞ୍ଜଳି ସଭାରରେ ସ୍ୱାମୀଜୀଙ୍କ ପ୍ରକୃତ ହତ୍ୟାକରୀଙ୍କୁ ଧରିବା ସହ କମିଶନ ତଦନ୍ତ ରିପୋର୍ଟକୁ ସାର୍ବଜନୀନ କରିବାକୁ ଦାବି ରଖିଥାନ୍ତି ପରିଷଦ ଲୋକେ ।
Comments are closed.