ଆଇପିଏଲ ମହାସମର, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ୧୮୭ ରନର ଟାର୍ଗେଟ ଦେଲା ସନରାଇଜର୍ସ ହାଇଦ୍ରାବାଦ

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ଚାଲିଛି ଆଇପିଏଲ ମହାସମର । ହାଇଦ୍ରାବାଦଠାରେ ଖେଳାଯାଉଥିବା ଆଇପିଏଲ ୨୦୨୩ର ୬୫ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଆଗରେ ୧୮୭ରନର ବିଜୟ ଲକ୍ଷ୍ୟ ରଖିଛି ସନରାଇଜର୍ସ ହାଇଦ୍ରାବାଦ ।ଏହି ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ।

ପ୍ରଥମେ ବ୍ୟାଟିଂ କରିଥିବା ହାଇଦ୍ରାବାଦ ଦଳ ଆରମ୍ଭରୁ ଅଳ୍ପ ରନ ବ୍ୟବଧାନରେ ଦୁଇ ଓପନର ଅଭିଷେକ ଶର୍ମା ଓ ରାହୁଲ ତ୍ରିପାଠିଙ୍କୁ ହରାଇଥିଲା । ରାହୁଲ ୧୫ରନ ଓ ଅଭିଷେକ ୧୧ରନ କରି ଆଉଟ୍ ହୋଇଥିଲେ । ଏହା ପରେ ଆସିଥିବା ଆଇଡେନ ମାର୍କରାମ ଓ ହେନରିକ୍ କ୍ଲାସେନ ସତର୍କତାର ସହ ଖେଳି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ ।

ଉଭୟଙ୍କ ମଧ୍ୟରେ ୭୬ରନର ଭାଗିଦାରୀ ହୋଇଥିଲା । ମାର୍କରାମ ୧୮ ରନ କରି ଆଉଟ ହେବା ପରେ ବି କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ ଜାରି ରହିଥିଲା । ସେ ଓ ହ୍ୟାରି ବ୍ରୁକ୍ସ ୮୨ ରନର ପାର୍ଟନରସିପ କରିଥିଲେ । କ୍ଲାସେନ ୫୧ଟି ବଲ ଖେଳି ୧୦୪ ରନ କରିଥିଲେ । ନିଜର ଏହି ଇନିଂସରେ ସେ ୬ ଛକା ଓ ୮ ଚୌକା ମାରିଥିଲେ । ବ୍ରୁକ ଅପରାଜିତ ୨୭ ରନ କରିଥିଲେ । ଏହା ଫଳରେ ହାଇଦ୍ରାବାଦ ୨୦ ଓଭରରେ ୫ ଓ୍ବିକେଟ ହରାଇ ୧୮୬ରନ କରିଥିଲା । ତେବେ କିଏ ଆଜି ବାଜି ଜିତିବ, ତାହା ଦେଖିବାକୁ ବାକି ରହିଲା ।

 

Leave A Reply

Your email address will not be published.