ଓଡିଆ ନ୍ୟୁଜ (ବ୍ୟୁରୋ) : ଭାରତବାସୀ , ଭାରି ସାହାସୀ । ଇଂରେଜ ଗୋଳାବାରୁଦ ଆଗରେ ଛାତି ପତାଇ ଦେଉଥିଲେ ଭାରତୀୟ । ସ୍ୱାଧୀନତା ସଂଗ୍ରାମ ସମୟରେ ଓଡିଶାର ଥିଲା ପ୍ରମୁଖ ଭୂମିକା । ୧୯୪୨ ମସିହା ଭାରତ ଛାଡ଼ ଆନ୍ଦୋଳନ ସମୟର କଥା । ସ୍ୱଧୀନତା ପାଇଁ ଇଂରେଜମାନଙ୍କ ବନ୍ଧୁକର ଗୁଳିକୁ ବି ଖାତିର୍ କରିନଥିଲେ ଲୋକେ । ଆଉ ସହିଦମାନଙ୍କ କଥା ଆସିଲେ ମନେ ପଡ଼ିଯାଏ, ଦ୍ୱିତୀୟ ଜାଲିୱାନାୱାଲାବାଗ୍ ବା ଇରମର କଥା । ବିଦେଶୀ ଶାସନରେ ସାରା ଭାରତ ଭୂଖଣ୍ଡ ଅସ୍ତବ୍ୟସ୍ଥ ହୋଇ ପଡିଥିଲା । ଦିଲ୍ଲୀଠାରୁ ପଲ୍ଲୀ ଇଂରେଜ ଶାସନରେ ଥରବର ହୋଇଥିଲା ସାରା ଦେଶ । ସମସ୍ତଙ୍କ ମୁହଁରେ ଗୋଟାଏ କଥା, ଆମକୁ ରକ୍ଷା କର ଆମକୁ ରକ୍ଷା କର । ସେଥିରୁ ବାଦ ପଡିନଥିଲା ଭଦ୍ରକ ଜିଲ୍ଲାର ବାସୁଦେପୁର ବ୍ଲକର ଇରମ ମାଟି । ସାରା ଦେଶରେ ଯେତେବେଳେ ମୁକ୍ତି ସଂଗ୍ରାମର ନାରା ଗୁଞ୍ଜରିତ ହୋଇଥିଲା ତାହାର ପ୍ରଭାବ ମଧ୍ୟ ଇରମ ମାଟିରେ ଦେଖିବାକୁ ପଡିଥିଲା ।
ବାସୁଦେବପୁର ସହର ଠାରୁ କିଛି ବାଟ ଦୂରରେ ରହିଛି ଏହି ଇରମ । ଇରମକୁ ଗୋଟାଏ ପଟେ ବଙ୍ଗୋପସାଗର ଏବଂ ଅନ୍ୟ ତିନି ପାଶ୍ୱର୍ରେ ଗମେଇ ଏବଂ କାନ୍ସବାନ୍ସ ନଦୀ ଘେରୀ ରହିଛି । ଏହି କାରଣରୁ ଇରମକୁ ପୋଲିସ କିମ୍ବା କୌଣସି ପ୍ରଶାସନିକ ବ୍ୟକ୍ତି ପ୍ରବେଶ କରିପାରୁନଥିଲେ । ଗାନ୍ଧିଙ୍କ ଭାରତ ଛାଡ ଆନ୍ଦୋଳନର ବର୍ତ୍ତା ସାରା ଦେଶରେ କଂଗ୍ରେସ ନେତାମାନଙ୍କ ଦ୍ୱାରା ପ୍ରଚାର କରାଯାଉଥିଲା । ଆଉ ଏହି ବାର୍ତ୍ତା ପ୍ରଚାର କରିବା ପାଇଁ ଇରମର ମେଳନ ପଡିଆକୁ ବ୍ୟବହାର କରାଯାଇଥିଲା । ସେଦିନ ଥିଲା ୧୯୪୨ ସେପ୍ଟେମ୍ବର ୨୮, ଇଂରେଜ ସରକାରଙ୍କ ବିରୋଧରେ କର ନେଦେବା ପାଇଁ ମେଳନ ପଡିଆରେ ଏକତ୍ର ହୋଇଥିଲେ ହଜାର ହଜାର ସାଧାରଣ ଲୋକ । ଲୋକଙ୍କ ଏକତ୍ରିତ ଦେଖି ଭୟଭୀତ ହୋଇଥିଲେ ଇଂରେଜ ସରକାର । ଆଉ ଘଟଣା ସ୍ଥଳରେ ପହଞ୍ଚି ଯାଇଥିଲେ ଡିଏସପି କୁଞ୍ଜବିହାରୀ ମହାପାତ୍ର । କେହି କିଛି ବୁଝିବା ପୂର୍ବରୁ ପଡିଆର ଚତୁଃପାଶ୍ୱର୍ରୁ ଘେରିଯାଇଥିଲେ ପୋଲିା ଆଉ ଚଳାଇଥିଲେ ଆଖି ବୁଜା ଗୁଳି ।
ଘଟଣାସ୍ଥଳରେ ଟଳି ପଚିଥିଲେ ୨୯ଜଣ ମାଟି ମାର ବୀର ପୁଅ । କିଛି କ୍ଷଣ ମଧ୍ୟରେ ରକ୍ତରଞ୍ଜିତ ହୋଇଥିଲା ମେଣନ ପଡିଆ । ଏହି ସ୍ୱାଧିନତା ସଂଗ୍ରାମରେ ପରୀ ବେଓା ନାମକ ମହିଳା ମଧ୍ୟ ସହିତ ହୋଇଥିଲେ। ଯିଏ ଭାରତର ପ୍ରଥମ ମହିଳା ମହିଳା ସ୍ୱାଧିନତା ସଂଗ୍ରାମୀ । ଇରମର ଏହି ଲୋମହର୍ଷଣକାରୀ ଘଟଣା ସାରା ଭାରତବର୍ଷକୁ ସ୍ତବ୍ଧ କରିଦେଇଥିଲା । ଏଥିପାଇଁ ତ ରକ୍ତତୀର୍ଥ ଇରମକୁ ଦ୍ୱିତୀୟ ଜାଲିଆନାଓାଲାବାଗ ବୋଲି କୁହାଯାଏ ।