ପ୍ରିନସିପାଲଙ୍କ ନୋଟିସକୁ ନେଇ ତୁମୁଳ କାଣ୍ଡ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବାଲେଶ୍ଵର ଜିଲ୍ଲା ବାଲିଆପାଳ ପିଇଟି କଲେଜରେ ପ୍ରିନସିପାଲଙ୍କ ସୋକଜ ନୋଟିସକୁ ନେଇ ତୁମୁଳ କାଣ୍ଡ | ଉଭୟ ପକ୍ଷ ଥାନା ରେ ଦ୍ୱାରସ୍ଥ | ସୂଚନା ଅନୁସାରେ ଗତ 12 ତାରିଖ ଦିନ ଏଗାରଟା ସମୟରେ କଲେଜ ର ଷ୍ଟୋର କିପର ପ୍ରଦୀପ ଗିରି କଲେଜ ରୁ ଷ୍ଟାଫ ମାନଙ୍କ ର ଉପସ୍ଥାନ ରେକଡ଼କୁ ନେଇ ଯାଇଥିଲେ | ରେକଡ଼ ନଫେରାଇବାରୁ କତୃପକ୍ଷ ଘଟଣା ସମ୍ପର୍କ ରେ ପ୍ରିନସିପାଲଙ୍କୁ ଜଣାଇଥିଲେ |

ତେବେ ପ୍ରିନସିପାଲ କଲେଜ ରେକର୍ଡ ନେଇଥିବା ଶ୍ରୀ ଗିରି ଙ୍କୁ କଲେଜ ପିଅନ ଦ୍ବାରା କାରଣ ଦର୍ଶାଅ ନୋଟିସ ଦେଇଥିଲେ,ହେଲେ ନୋଟିସ କୁ ରିସିଭନ କରିବାରୁ, ପୁନର୍ବାର ଏହାକୁ ସ୍ପିଡିପୋଷ୍ଟ ମାଧ୍ୟମ ରେ ପଠାଯାଇଥିଲା | ଏହାକୁ ମଧ୍ୟ ଶ୍ରୀ ଗିରି ଆଗ୍ରହ୍ୟ କରି ଦେଇଥିଲେ | ତେବେ ଗତକାଲି ଦିନ ଗୋଟାଏ ସମୟରେ ପ୍ରଦୀପ ଗିରିଙ୍କ ସହ ଜୁନିୟର କ୍ଲାର୍କ ସୁଛନ୍ଦା ମହାପାତ୍ର ଦୁଇ ଜଣ ପ୍ରିନସିପାଲ ଙ୍କ ଅଫିସ କୁ ଆସି କାହିଁକି କାରଣ ଦର୍ଶାଅ ନୋଟିସ ଦେଇଛନ୍ତି ପଚାରିବା ସହ ପ୍ରବଳ ଗାଳି ଗୁଲଜ କରି ପ୍ରିନସିପାଲ ଙ୍କୁ ଅଟକ କରିଥିଲେ | ଦୀର୍ଘ ସମୟ ଧରି ଅଟକ ରଖିବା ପରେ, ପ୍ରିନସିପାଲ ଙ୍କ ସ୍ତ୍ରୀ ଏବଂ ଝିଅ ଘଟଣା ସ୍ଥଳ କୁ ଆସି ପ୍ରିନସିପାଲ ଙ୍କୁ ନେବାକୁ ଚେଷ୍ଟା କରିଥିଲେ |ଏଥିରେ ଉଭୟ ପକ୍ଷ ଙ୍କ ମଧ୍ୟରେ ବଚସା ପରେ ହାତାହାତି ହୋଇଥିବା ବେଳେ ଜୁନିଅର କ୍ଲର୍କ ଏବଂ ପ୍ରିନସିପାଲ ଙ୍କ ସ୍ତ୍ରୀ ଗୁରୁତର ହୋଇଥିବା ଜଣାପଡିଛି | ଜୁନିଅର କ୍ଲର୍କ ଜଣକ ବାଲେଶ୍ୱର ମେଡିକାଲ  ରେ ଚିକିତ୍ସିତ ହେଉଥିବା ବେଳେ ପ୍ରିନସିପାଲ ଙ୍କ ସ୍ତ୍ରୀ ବାଲିଆପାଳ ମେଡିକାଲ ରେ ଚିକିତ୍ସିତ ହେଉଛନ୍ତି |

ତେବେ ଘଟଣା କୁ ନେଇ କଲେଜର ସମସ୍ତ କର୍ମଚାରୀ ଖ୍ଯୁବ୍ଧ‌ ହୋଇ ପ୍ରିନସିପାଲ ଙ୍କୁ ଥାନା କୁ ଯିବାକୁ ବାଧ୍ୟ କରିବା ପରେ,ପ୍ରିନସିପାଲ ବାଲିଆପାଳ ଥାନା ରେ ଷ୍ଟାଫ ଦୁଇ ଜଣଙ୍କ ବିରୋଧ ରେ ଲିଖିତ ଅଭିଯୋଗ କରିଥିବା ବେଳେ, ମେଡିକାଲ ରେ ରହି ମହିଳା ଜୁନିଅର କ୍ଲର୍କ ସୁଛନ୍ଦା ମହାପାତ୍ର ପ୍ରିନସିପାଲ ଙ୍କ ବିରୋଧ ରେ ଆଣିଛନ୍ତି ଗୁରୁତର ଅଭିଯୋଗ | ପ୍ରିନସିପାଲ ଏବଂ ସଳା ଙ୍କ ସହ ତାଙ୍କର ସହଯୋଗୀ ମାନେ ଆସି ଏକ ରୁମ ଭିତରେ ନିସ୍ତୁକ ମାଡ ମାରିବା ସହ ତାଙ୍କୁ ଘୋଷାଡି ଘୋଷାଡି ରୁମ ଭିତରୁ ଆଣି ବାହାରେ ପକାଇବା ସହ ଗେଟରେ ତାଲା ପକାଇଥିଲେ। ତେବେ ଶ୍ରୀମତୀ ମହାପାତ୍ର ବାଧ୍ୟ ହୋଇ ଜରୁରୀ କାଳୀନ ନମ୍ବର 112 କୁ ଫୋନ କରିବା ପରେ ପୋଲିସ ତାଙ୍କୁ ଉଦ୍ଧାର କରିଥିବା କହିଛନ୍ତି | ଏବଂ ବାଲେଶ୍ଵର ଏସପି ଙ୍କୁ ମଧ୍ୟ ସମସ୍ତ ଘଟଣା ଜଣାଇ ଥିବା କହିଛନ୍ତି | ତେବେ ଉଭୟ ପକ୍ଷରୁ ଥାନା ରେ ଲିଖିତ ଅଭିଯୋଗ ହୋଇଥିବା ବେଳେ, ପୋଲିସ ର ତଦନ୍ତ ନିର୍ଣ୍ଣାୟକ ହେବ ବୋଲି ଚର୍ଚ୍ଚା ହେଉଛି |

Leave A Reply

Your email address will not be published.