ଅବକାରୀ ବିଭାଗ ଓ ସାଟେଲାଇଟ ବିଭାଗର ମିଳିତ ଚଢଉ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରାଇବଣିଆ ଥାନା ଘାସିପଡା ଅଞ୍ଚଳରେ ଅବକାରୀ ବିଭାଗ ଓ ସାଟେଲାଇଟ ବିଭାଗର ମିଳିତ ଚଢଉ ବିପୁଳ ପରିମାଣର ମଦ ଓ ପୋଚ ନଷ୍ଟ । ସୂଚନା ଅନୁସାରେ ଜଳେଶ୍ଵର ଅଞ୍ଚଳ ରେ ନିଶା କାରବାର ଦିନ କୁ ଦିନ ବଢି ଚାଲିଛି |

ପୋଲିସ, ଅବକାରୀ ବିଭାଗ ର ମୁଣ୍ଡ ବିନ୍ଧା ର କାରଣ ପାଲଟିଛି। ତେବେ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିବା ବେଳେ ଦେଶୀମଦ କାରଖାନା ତଥା ଚୋରା ଦେଶୀମଦ ବେପାରୀ ଙ୍କ ଉପରେ ଉଭୟ ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ଅଙ୍କୁଶ ଲଗାଯାଇଛି। ତେବେ ଆଜି ଜଳେଶ୍ଵର ଅବକାରୀ ଓ ସାଟେଲାଇଟ ବିଭାଗ ପକ୍ଷରୁ ଅପରାହ୍ନ ଚାରିଟା ସମୟରେ ରାଇବଣିଆ ଥାନା ଅଞ୍ଚଳ ର ଘାସିପଡା ଗ୍ରାମ ରେ ଥିବା ଦେଶୀମଦ କାରଖାନା ଉପରେ ଚଢାଉ କରି ୪୪୯୦ ଲିଟର ପୋଚ ଏବଂ ୨୫୨ ଲିଟର ଦେଶୀ ମଦ ଜବତ କରିଥିବା ବେଳେ, ବାଗବୁଡା ଗ୍ରାମ ରୁ ଜଣେ ମଦ ବେପାରୀ ମଙ୍ଗଲ ଟୁଡୁ ଙ୍କୁ ଅଟକ ସହିତ ଗୋଟିଏ ମଟର ସାଇକେଲ ମଧ୍ୟ ଅଟକ ରଖିଛି ବିଭାଗ।

ଏଥିସହିତ ପ୍ରବାସୀ ମୁର୍ମୁ ଙ୍କୁ ଗିରଫ କରି କୋର୍ଟ ପଠାଇଥିବା ଜଣାପଡିଛି। ତେବେ ଆଜି ର ଏହି ଚଢ଼ାଉରେ ଆଇଆଇସି ଲଖେସାଧବ ପ୍ରଧାନ ଙ୍କ ସହ ଅବକାରୀ ଇନ୍ସପେକ୍ଟର କୃଷ୍ଣଚନ୍ଦ୍ର ପରିଡ଼ା, ଓଆଇସି ବିଜୟ ଲାକ୍ରା, ଏଏସ ଆଇ ପ୍ରହଲ୍ଲାଦ ବିଶ୍ବାଳ, ସଞ୍ଜିବ ମୁଣ୍ଡା ଙ୍କ ସହ ହୃଷିକେଶ ବାରିକ , ଜଗବନ୍ଧୁ ବାରିକ, ବରୁଣ କୁମାର ନାହକ, କୁମୁଦିନୀ ସୋ, ମଧୁସ୍ମିତା ମହାନ୍ତ ପ୍ରମୁଖ ସାମିଲ ହୋଇଥିଲେ।

Leave A Reply

Your email address will not be published.