ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଚନ୍ଦ୍ରଯାନ-୩ର ସଫଳ ଅବତରଣ ପରେ ପୁଣି ଇସ୍ରୋ ଆରମ୍ଭ କରିବାକୁ ଯାଉଛି ସୂର୍ଯ୍ୟ ମିଶନ । ସେପ୍ଟେମ୍ବର ୨ ତାରିଖରେ ଅର୍ଥାତ୍ ଆସନ୍ତା ଶୁକ୍ରବାର ଭାରତ ତାର ସୂର୍ୟ୍ୟ ଅଭିଯାନ ଆରମ୍ଭ କରିବ । ସେଥିପାଇଁ ଇସ୍ରୋର ପ୍ରସ୍ତୁତି ଚୂଡାନ୍ତ ହୋଇଛି । ଏବେ ପିଏସଏଲଭି-ସି୫୭ ଶ୍ରୀହରିକୋଟାର ଲଞ୍ଚ ପ୍ୟାଡକୁ ନିଆଯାଇଛି । ଯାହା ଆଦିତ୍ୟ ଆଦିତ୍ୟ-ଏଲ୍ୱାନକୁ ନେଇ ମହାକାଶକୁ ଯିବା ପାଇଁ ପ୍ରସ୍ତୁତ ରହିଛି ।
ଏନେଇ ଇସ୍ରୋ ସ୍ପେସଫ୍ଲାଇଟ ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି । ଆସନ୍ତା ଶୁକ୍ରବାର ଦିନ ୧୧ଟା ୫୦ରେ ଉତକ୍ଷେପଣ କରାଯିବ । ଯାହାକୁ ନେଇ ଭାରତ ସମେତ ସାରା ବିଶ୍ୱର ଉତ୍କଣ୍ଠା ବଢିଛି । ମହାକାଶ ଯାନ ପିଏସ୍ଏଲଭି- ସି-୫୭, ଆଦିତ୍ୟ-ଏଲ୍ୱାନକୁ ନେଇ ମହାକାଶକୁ ଯିବ । ଆଦିତ୍ୟ –ଏଲ୍ୱାନ ପୃଥିବୀ ଠାରୁ ୧୫ ଲକ୍ଷ କିଲୋମିଟର ଦୂରରେ ରହି ସୂର୍ୟ୍ୟର ଅନୁଧ୍ୟାନ କରିବ ।