ନୂଆଦିଲ୍ଲୀ(ଓଡ଼ିଆ ନ୍ୟୁଜ୍): ଆଇଏସ୍ଏସ୍ଏଫ୍ ବିଶ୍ବକପରେ ଶୁକ୍ରବାର ଦୁଇଟି ପଦକ ହାସଲ କରିଛି ଭାରତ। ମହିଳା ୫୦ ମିଟର ରାଇଫଲ ଥ୍ରି ପୋଜିସନରେ ପୂର୍ବତନ ବିଶ୍ବ ଚାମ୍ପିଅନ୍ସିପ୍ ରୌପ୍ୟ ବିଜୟିନୀ ଅଞ୍ଜୁମ ମଦ୍ଗିଲ୍ ରୌପ୍ୟ ଜିତିଥିଲା ବେଳେ ଗୁରୁବାର ନିଜର ବ୍ୟକ୍ତିଗତ ପ୍ରଥମ ବିଶ୍ବକପ୍ ପଦକ ଅର୍ଜନ କରିଥିବା ସ୍ବପ୍ନୀଳ କୁସାଲେ ଆଜି ପୁରୁଷ ରାଇଫଲ ଥ୍ରି ପୋଜିସନ ଦଳଗତ ବର୍ଗରେ ମଧ୍ୟ ରୌପ୍ୟ ଜିତିଛନ୍ତି।
ତେବେ ଶୁକ୍ରବାରର ୨ ପଦକ ସହିତ ଭାରତ ଏପର୍ୟ୍ୟନ୍ତ ମୋଟ ୪ (ଗୋଟିଏ ସ୍ବର୍ଣ୍ଣ, ୩ ରୌପ୍ୟ) ପଦକ ଅମଳ କରି ତାଲିକାର ତୃତୀୟ ସ୍ଥାନକୁ ଉନ୍ନୀତ ହୋଇଛି। କୋରିଆ ଓ ସର୍ବିୟା ଯଥାକ୍ରମେ ପଦକ ତାଲିକାର ପ୍ରଥମ ଓ ଦ୍ବିତୀୟ ସ୍ଥାନରେ ରହିଛନ୍ତି।