ଜଗବନ୍ଧୁ ନୋଡାଲ ବିଦ୍ୟାପୀଠ ସ୍କୁଲର ବାର୍ଷିକ ଉତ୍ସବ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଜଗବନ୍ଧୁ ନୋଡାଲ ବିଦ୍ୟାପୀଠ ସ୍କୁଲ ର ବାର୍ଷିକ ଉତ୍ସବ | ସ୍ଥାନୀୟ ବରନ୍ଦୁଆ ଠାରେ ଜଗବନ୍ଧୁ ନୋଡାଲ ବିଦ୍ୟାପୀଠର ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣି ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି।

ଅନୁଷ୍ଠିତ ସଭା କାର୍ଯ୍ୟ କର୍ମରେ ପ୍ରଧାନ ଶିକ୍ଷକ ଗଙ୍ଗାଧର ସେଠୀ ସଭାପତିତ୍ବ କରିଥିବା ବେଳେ ଅତିଥି ଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷ ନଗେନ୍ଦ୍ର ବିଶ୍ଵାଳ, ବି ଇ ଓ ଜଗବନ୍ଧୁ ସାହୁ, ସରପଂଚ ଗୋବିନ୍ଦ ଚନ୍ଦ୍ର ମଲିକ, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ସୂର୍ଯ୍ୟ କାନ୍ତ ସେଠୀ, ସି ଆର ସି ସି ଗୌତମ ବେହେରା, ପରିଚାଳନା କମିଟି ସଭାପତି ସରୋଜ ନଳିନୀ ମହାନ୍ତି ଯୋଗ ଯୋଗ ଦେଇଥିଲେ।

ଏହି ଅବସରରେ ଅତିଥି ପରିଚୟ ରଶ୍ମି ରଞ୍ଜିତା ପାଣିଗ୍ରାହୀ ରଖିଥିବା ବେଳେ ଜୟନ୍ତୀ ଧଳ ଧନ୍ୟବାଦ୍ ଦେଇଥିଲେ। । ଏହି ଅବସରରେ ବିଦ୍ୟାଳୟର ବିଭିନ୍ନ ପ୍ରତିଯୋଗିତାରେ କୃତ କାର୍ଯ୍ୟ ବିଦ୍ୟାର୍ଥୀ ମାନଙ୍କୁ ପୁରସ୍କୃତ କରାଯାଇଛି। ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଛାତ୍ର ଛାତ୍ରୀଙ୍କ ଦ୍ଵାରା ଅନୁଷ୍ଠିତ ହୋଇ ଯାଇଛି। ବିଦ୍ୟାଳୟ ର ସମସ୍ତ ଗୁରୁଜୀ, ଗୁରୁମା ଓ ଅଭିଭାବକ ଅଭିଭାବିକା ଉପସ୍ଥିତ ରହି ସଫଳ କରାଇ ଥିଲେ।

Leave A Reply

Your email address will not be published.