ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କୋରାପୁଟ ଛାତ୍ର ସୁଭାସିସ କିପରି ସଫଳତା ପାଇଲେ ? ଏନସିସି ରୁ ଆର୍ମି ଲେଫ୍ଟନାଣ୍ଟ ହେଲେ କୋରାପୁଟ ଶୁଭାଶିଷ। କୋରାପୁଟଜିଲ୍ଲା ର ଛାତ୍ର ଏବେ ଓଡ଼ିଶା ର ଟେକ୍ ରୋଖିଲେ। କୋରାପୁଟ ସହରର ଭବାନୀ ନଗର ବାସିନ୍ଦା ପତିତ ପାବନ ରଥ ଏବଂ ଶିକ୍ଷୟତ୍ରୀ ପୁଷ୍ପଲତା ରଥଙ୍କ ପୁଅ ଶୁଭାଶିଷ ରଥ ।
ଭାରତୀୟ ସ୍ତରରେ 4ଲକ୍ଷରୁ ଉର୍ଦ୍ଧ ଛାତ୍ରଙ୍କ ପ୍ରାୟାସ ମଧ୍ୟରୁ ଓଡ଼ିଶାର ଜଣେ ମାତ୍ର ଯୁବ ଛାତ୍ର ଦେଶର ସୁରକ୍ଷା ପାଇଁ ମନୋନୀତ ହେଇଥିବା ଚିତ୍ର ସାମ୍ନାକୁ ଆସିଲା। କୋରାପୁଟ ଭଳି ଉପାନ୍ତ ଜିଲ୍ଲାର ସରକାରୀ କଲେଜରେ ପାଠ ପଢିବା ସହ ତିନି ବର୍ଷର କଠିନ ପରିଶ୍ରମର ଫଳ ଓଡ଼ିଶାର ଟେକ୍ ରଖିଲେ ଛାତ୍
ଓଡ଼ିଶା ରୁ ଜଣେ ମାତ୍ର ଆର୍ମି ଲେଫ୍ଟନାଣ୍ଟ ପାଇଁ ଚୟନ ହୋଇଛନ୍ତି ସୁଭାସିସ। ସର୍ବ ଭାରତୀୟ ସ୍ତରରେ ୧୯ ତମ ରେଙ୍କରେ ରହିଛନ୍ତି । ତାଙ୍କର ଏହି ସଫଳତା ପାଇଁ କୋରାପୁଟ ସରକାରୀ କଲେଜରେ ବିଏସଏଫ୍ ଡିଆଇଜି ଶୈଳେଶ କୁମାର ସମ୍ବର୍ଦ୍ଧିତ କରିଛନ୍ତି।
ଏହି ପଦବୀ ପାଇଁ ଶୁଭାଶିଷ ବହୁତ୍ ଖୁସି ଥିବା ବେଳେ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ( ଏନସିସି )ରେ ଯୋଗ ଦେଇ କଠିନ ପରିଶ୍ରମ ପାଇଁ ଏହା ସମ୍ଭବ ହୋଇଛି ବୋଲି କହିଛନ୍ତି। ସେ ଆହୁରି କହିଛନ୍ତି ଯେ, କୋରାପୁଟ ସରକାରୀ କଲେଜରେ ବିଜ୍ଞାନ ବିଭାଗରେ ପଢ଼ିବା ସହିତ ଏନସିସି ରେ ଯୋଗ ଦେଇଥିଲେ। ସେତେବେଳ ଠାରୁ ହିଁ ସେ ସେନା ବିଭାଗରେ ଯୋଗ ଦେବା ପାଇଁ ସ୍ବପ୍ନ ଦେଖିଥିଲେ। ସେ ଯୁକ୍ତ ଦୁଇ ପରେ ନେସନାଲ ଦିଫେନ୍ସ ଏକାଡେମୀ ରେ ଅର୍ମି ଅଫିସର୍ ପାଇଁ ପ୍ରଥମେ ପରୀକ୍ଷା ଦେଇଥିଲେ। ହେଲେ ସେତେବେଳେ କୃତକାର୍ଯ୍ୟ ହୋଇ ନଥିଲେ। ତଥାପି ହାରି ନଥିଲେ। ପରେ ଏନସିସି ଜରିଆରେ ହୋଇଥିବା ପରୀକ୍ଷା ଦେଇ ସେ ଓଡ଼ିଶାର ଏକମାତ୍ର ପ୍ରାର୍ଥୀ ଭାବେ କୃତକାର୍ଯ୍ୟ ହୋଇଛନ୍ତି। ତାଙ୍କୁ ବିଭିନ୍ନ ମହଳରୁ ଶୁଭେଚ୍ଛାର ସୁଅ ଛୁଟିଛି