ବିଭିନ୍ନ ସ୍ଥାନରେ ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବିଭିନ୍ନ ସ୍ଥାନରେ ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ। ସମସ୍ତ ପଞ୍ଚାୟତ ରେ ଯୋଗ ଦେଉଛନ୍ତି ବିଧାୟକ ବିଷ୍ଣୁ ବ୍ରତ। ବାସୁଦେବପୁର – ବାସୁଦେବପୁର ରେ ଆମ ଓଡ଼ିଶା ନବୀନ ଓଡ଼ିଶା ପକ୍ଷରୁ ଆୟୋଜିତ ସଚେତନତା ଶିବିରର ପୌର ପରିଷଦ ଓ ବିଭିନ୍ନ ପଞ୍ଚାୟତରେ ଅନୁଷ୍ଠିତ ହୋଇ ଯାଇଛି।

ବାସୁଦେବପୁର ପଞ୍ଚାୟତ ସମିତି ଅଧୀନରେ ହେଉଥିବା ବିଭିନ୍ନ ପଞ୍ଚାୟତରେ ବିଧାୟକ ବିଷ୍ଣୁ ବ୍ରତ ରାଉତ ରାୟ ଓ ପଞ୍ଚାୟତ ସମିତି ଅଧ୍ୟକ୍ଷ ନଗେନ୍ଦ୍ର ବିଶ୍ଵାଳ ଯୋଗ ଦେଉଛନ୍ତି। ଏହି କ୍ରମରେ ବାଲିମୁଣ୍ଡା, ରାଜଘୋରପୋଖରୀ, ବାଲିମେଦ, ଲକ୍ଷ୍ମୀଦାସପୁର, ଶାଶୁ ଭୁଆସୁଣୀ, ଚୂଡ଼ାମଣି, କିସମତ କୃଷ୍ଣପୁର ଭଳି ପଞ୍ଚାୟତ ରେ ଅନୁଷ୍ଠିତ ହୋଇ ଯାଇଛି। ସେହିପରି ବାସୁଦେବପୁର ପୌର ପରିଷଦର ଯାଦବ ପଡିଆ ଠାରେ ବିଧାୟକ ବିଷ୍ଣୁ ବ୍ରତ ରାଉତ ରାୟ ଓ ପୌର ଅଧ୍ୟକ୍ଷା ନିବେଦିତା ବେହେରା ଉପସ୍ଥିତ ରହି ଉଦ୍ଘାଟନ କରିଥିଲେ।

ଏହି ଅବସରରେ ଜନ ସାଧାରଣଙ୍କ ସହ ଏସ ଏସ ଜି ସଦସ୍ୟ ମାନେ ଉପସ୍ଥିତ ରହି ସଫଳ କରାଉଛନ୍ତି। ସମସ୍ତ ସ୍ଥାନରେ ଭିତ୍ତି ଭୂମିରେ ବିକାଶ ସହ ଅନ୍ୟ ବିଷୟ ମାନଙ୍କରେ ବିଧାୟକ ବିଷ୍ଣୁ ବ୍ରତ ରାଉତ ରାୟ ଆଲୋଚନା ରଖିବା ସହ ନବୀନ ପଟ୍ଟନାୟକ ସରକାରଙ୍କ ସଫଳ ଯୋଜନା, ଲୋକାଭିମୁଖୀ ଯୋଜନା ଉପରେ ଆଲୋଚନା ରଖିଛନ୍ତି ।

Leave A Reply

Your email address will not be published.