ଲୁଟିଲେ ଟଙ୍କା: ଗୋଡାଇ ଧରିଲା ପୋଲିସ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଲୁଟିଲେ ଟଙ୍କା,ଗୋଡାଇ ଧରିଲା ପୋଲିସ । ବନ୍ଧୁକ ମୁନରେ ଲୁଟିନେଲେ ୬୦,୦୦୦ ଟଙ୍କା ଓ ମୋବାଇଲ ଫୋନ l

କେନ୍ଦ୍ରାପଡ଼ା ପାଟୁକୁରା ଥାନା ବନ୍ଧକଟା ଗ୍ରାମର ବ୍ୟବସାୟୀ ବିଭୁତିଭୂଷଣ ମହାନ୍ତି ଓ ତାଙ୍କ ଡ୍ରାଇଭର ଏକ ପିକଅପ ଭ୍ୟାନ ଯୋଗେ କଟକ ମାଲଗୋଦାମ କୁ ଯାଉଥିବା ସମୟରେ ସାଲେପୁର କଟକ ଚାନ୍ଦବାଲି ରାସ୍ତା ନାନ୍ଦୋଳ ଗଡା ଛକ ଭାତପଡା ଠାରେ ଚାରି ଜଣ ଦୃବୁତ କଳା ରଙ୍ଗର ପଲସର ଓ ଆପଜି ଗାଡ଼ିରେ ଆସି ବ୍ୟବସାୟୀ ଙ୍କୁ ବନ୍ଧୁକ ଦେଖାଇ ଭୟବିତ୍ତ କରିବା ସହ ଫାଙ୍କା ଗୁଳି ଚାଳନା କରିଥିଲେ |

ଭୟଭୀତ କରାଇ  ୬୦,୦୦୦ ଟଙ୍କା ଓ ମୋବାଇଲ ଛଡାଇ ନେଇଥିଲେ l ଏହାପରେ ସ୍ଥାନୀୟ ଲୋକେ ୧୧୨ କୁ ଫୋନ ଯୋଗେ ଜଣାଇବାରୁ ସାଲେପୁର ପୋଲିସ ପହଞ୍ଚି ଲୁଟେରା ଙ୍କ ପିଛାକରି ନିଶ୍ଚନ୍ତକୋଇଲି ବ୍ଲକ କୋଲଣପୁର ଚିତ୍ରୋତ୍ପଳା ନଦୀ ପଠାରୁ ଗୋଡେଇ ଗୋଡେଇ ଦୁଇ ଜଣକୁ ଧରିବାରେ ସକ୍ଷମ ହୋଇଥିଲା ଅନ୍ୟ ଦୁଇଜଣ ସେଠାରୁ ଖାସିଯାଇଥିଲେ l ଘଟଣା ସ୍ଥଳରେ ସାଇଣ୍ଟିଫିକ ଟିମ ପହଁଚିବା ସହ ସାଲେପୁର ପୋଲିସ ଅଧିକ ତଦନ୍ତ ଜାରିରଖିଛି l

Leave A Reply

Your email address will not be published.