ହାରିବା ଭୟରେ ମୁଖମନ୍ତ୍ରୀ ପଦମପୁରରେ ଆଉ ଦାୟୀତ୍ୱ ମାଗିନାହାନ୍ତି: ଜୟନାରାୟଣ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ମୁଖ୍ୟମନ୍ତ୍ରୀ ଯେଉଁଠି ଉପନିର୍ବାଚନ ହୁଏ ସେ ନିର୍ବାଚନ ମଣ୍ଡଳୀର ଦାୟୀତ୍ୱ ସେ ନିଜେ ନିଅନ୍ତି ବୋଲି ସବୁ ଉପନିର୍ବାଚନ ପ୍ରଚାରରେ କୁହନ୍ତି। ହେଲେ ପ୍ରଥମ ଥର ପଦ୍ମପୁର ଉପନିର୍ବାଚନରେ ଦାୟୀତ୍ୱ ମୋର ବୋଲି କହିଲେ ନାହିଁ। ବୋଧହୁଏ ବିଜେଡ଼ିର ଉପନିର୍ବାଚନରେ ନିର୍ବାଚନ ହାରିବା ସୁନିଶ୍ଚିନ୍ତ ଜାଣି ମୁଖମନ୍ତ୍ରୀ ଆଉ ଦାୟୀତ୍ୱ ମାଗିନାହାନ୍ତି।

ସବୁ ଜନସଭାରେ ମୁଖ୍ୟମନ୍ତ୍ରୀ ପଚାରନ୍ତି ଯେ ଆପଣ ମାନେ ଖୁସି ତ? ହେଲେ ପଦମପୁର ଉପନିର୍ବାଚନ ପ୍ରଚାରରେ ଆପଣ ମାନେ ଖୁସି ତ ବୋଲି ପଚାରିନହାନ୍ତି କାରଣ ସେ ଜାଣିଛନ୍ତି ଯେ ପଦମପୁରର ଲୋକେ ବିଜୁ ଜନତା ଦଳର ଏହି ୨୨ ବର୍ଷର ପ୍ରତାରଣାରେ ଜମା ଖୁସି ନାହାନ୍ତି। ବରଗଡ-ପଦମପୁର-ନୁଆପଡା ରେଳ ପ୍ରକଳ୍ପ ରାଜ୍ୟ ସରକାର ଜମି ଦେଲେ କାମ ଆରମ୍ଭ ହେବ ବୋଲି ଉଭୟ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ  ଅଶ୍ବିନୀ ବୈଷ୍ଣବ ସ୍ପଷ୍ଟ କରିଥିଲେ ମଧ୍ୟ ରାଜ୍ୟ ସରକାର କେତେ ଜମି ଅଧିଗ୍ରହଣ କଲେଣି ମୁଖ୍ୟମନ୍ତ୍ରୀ ତାହା ସ୍ପଷ୍ଟ ନକରି ପଦ୍ମପୁର ଲୋକଙ୍କୁ ମିଛ ଓ ଛଳନାର କଥା କହିଛନ୍ତି। ବିଧାନସଭାରେ ରାଜସ୍ୱ ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ ଏବେ ପଦମପୁରକୁ ଜିଲ୍ଲା ଘୋଷଣା ନେଇ କୌଣସି ପ୍ରସ୍ତାବ ନାହିଁ । ଆଉ ଆଜି ମୁଖ୍ୟମନ୍ତ୍ରୀ ପଦମପୁରର ଜିଲ୍ଲା ଘୋଷଣାକୁ ଲମ୍ବା ସମୟ ପର୍ଯ୍ୟନ୍ତ ଅର୍ଥାତ ଡିସେମ୍ବର ୨୦୨୩କୁ ଗଡାଇ ଦେଲେ । ଏହା ଅତ୍ୟନ୍ତ ଦୁଭାର୍ଗ୍ୟ ଜନକ।

ସବୁବେଳେ କେନ୍ଦ୍ର ଅବହେଳାକୁ କହୁଥିବା ମୁଖ୍ୟମନ୍ତ୍ରୀଙ୍କର ଆଜି ପଦମପୁରର ଲୋକମାନଙ୍କୁ ଅବହେଳା କଥା ଧରା ପଡିଯାଇଛି। ୨୨ ବର୍ଷର ଶାସନରେ ପଦ୍ମପୁରରେ ଜମିକୁ ଜଳସେଚନ,ଚାଷୀଙ୍କୁ ଇନ୍ପୁଟ ସବସିଡି ଓ ରାଜ୍ୟ ସରକାର କେନ୍ଦୁପତ୍ରରେ ନେଉଥିବା ୯% ଜିଏସଟି ଛାଡ କରିବା ବିଷୟରେ ମୁଖ୍ୟମନ୍ତ୍ରୀ ପଦୁଟିଏ କହିନାହାନ୍ତି ।

Leave A Reply

Your email address will not be published.