ନିଖୋଜ ଅଛନ୍ତି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ନିଖୋଜ ଅଛନ୍ତି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ | ଜମି ଦୁର୍ନୀତିର ବୁଢ଼ିଆଣୀ ଜାଲରେ ଛନ୍ଦି ହୋଇଛନ୍ତି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ । ମନି ଲଣ୍ଡ୍ରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପଚରାଉଚରା ପାଇଁ ପ୍ରୟାସ କରି ବିଫଳ ହୋଇଛି   ହେଲେ ବାସଭବନରେ ସୋରେନ ନଥିଲେ । ଏହାପରେ ଦୀର୍ଘ 13 ଘଣ୍ଟା ଧରି ଇଡି ସେଠାରେ ଯାଞ୍ଚ କରିବା ପରେ ତାଙ୍କର ଏକ ବିଏମଡବ୍ଲୁ କାରକୁ ସିଜ କରିଥିଲା । କିନ୍ତୁ ସୋରେନଙ୍କ କୌଣସି ଖୋଜଖବର ମିଳିନଥିଲା ।

ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ସୋରେନ ନିଖୋଜ ଅଛନ୍ତି ଏବଂ ତାଙ୍କୁ କେନ୍ଦ୍ରୀୟ ଏଜେନ୍ସି ଯୋଗଯୋଗ କରିପାରୁନଥିବା ସରକାରୀ ସୂତ୍ରରୁ ଜଣାପଡିଛି । ସୋରେନଙ୍କ ପରିବାର ସଦସ୍ୟ ଅଭିଯୋଗ କରିଛନ୍ତି ଯେ, ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ନେତାଙ୍କ ସ୍ଥିତିକୁ ଅବୈଧ କରିବାକୁ ମିଥ୍ୟା କାହାଣୀ ରଚାଯାଇଛି । ଇଡି ବାରମ୍ବାର ସୋରେନଙ୍କୁ ସମନ କରୁଛି ।

ଜାନୁଆରୀ 31, ଦିନ 1ଟା ସମୟରେ ରାଞ୍ଚି ସ୍ଥିତ ବାସଭବନରେ ସୋରେନଙ୍କୁ ଇଡି ପଚରାଉଚର କରିବ ବୋଲି ପୂର୍ବରୁ ସମନ କରିଥିଲା । ସୋମବାର ସକାଳ 9ଟା ସମୟରେ ଦିଲ୍ଲୀ ପୋଲିସ୍ କର୍ମଚାରୀଙ୍କ ସହ କେନ୍ଦ୍ରୀୟ ତଦନ୍ତ ଏଜେନ୍ସିର ଅଧିକାରୀମାନେ ସୋରେନଙ୍କ ଦକ୍ଷିଣ ଦିଲ୍ଲୀରେ ଥିବା 5/1 ଶାନ୍ତି ନିକେତନ ବିଲ୍ଡିଂରେ ପହଞ୍ଚି ଯାଞ୍ଚ କରିଥିଲେ । ଦୀର୍ଘ 13 ଘଣ୍ଟା ସେଠାରେ ରହିବା ପରେ ରାତି ପ୍ରାୟ 10.30 ସମୟରେ ସେଠାରୁ ଫେରିଥିଲେ । ଇଡି ସୋରେନଙ୍କ ବାସଭବନରୁ ହରିୟାଣା ରାଜ୍ୟର ନମ୍ବର ଥିବା ଏକ ବିଏମଡବ୍ଲୁ କାର ଜବତ କରିଛି ।

ସେପଟେ ବିଜେପି ସାଂସଦ ନିଶିକାନ୍ତ ଦୁବେ ସିଏମ ସୋରେନଙ୍କୁ ଟାର୍ଗେଟ୍ କରିଛନ୍ତି । ଦୁବେ କହିଛନ୍ତି, ହେମନ୍ତ ସୋରେନ କଂଗ୍ରେସ ବିଧାୟକଙ୍କୁ ନିଜ ନିତ୍ୟାବଶ୍ୟକ ସାମଗ୍ରୀ ଓ ବ୍ୟାଗ୍ ସହିତ ରାଞ୍ଚି ଡାକିଛନ୍ତି । ତେବେ ପତ୍ନୀ କଳ୍ପନା ସୋରେନଙ୍କୁ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ କରିବାକୁ ପ୍ରସ୍ତାବ ଆସିଛି ବୋଲି ନିଶିକାନ୍ତ କହିଛନ୍ତି ।

Leave A Reply

Your email address will not be published.