ମେଡିକାଲ କର୍ମଚାରୀଙ୍କ ଅବହେଳା: ପ୍ରସବ ପରେ ଖସିପଡ଼ି ନବଜାତ ମୃତ

0

ଓଡ଼ିଆ ନ୍ୟୁଜ୍: ପ୍ରସବ ପରେ ନବଜାତ ଶିଶୁ କନ୍ୟା ଖସି ପଡ଼ି ମୃତ। ଲଖନପୁର ବ୍ଲକ୍‌ ପଲସଦା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅଘଟଣ। ମେଡିକାଲ୍‌ କର୍ମଚାରୀଙ୍କ ଅବହେଳା ଅଭିଯୋଗ କଲେ ପରିବାର ଲୋକେ। ନବଜାତ ଶିଶୁ କନ୍ୟାର ମୃତ୍ୟୁକୁ ନେଇ ହସ୍ପିଟାଲ୍‌ ପରିସରରେ ଉତ୍ତେଜନା। ଘଟଣାସ୍ଥଳରେ ପହଞ୍ଚି ରେଙ୍ଗାଲି ପୋଲିସର ପଚରାଉଚରା।

ମଚିଦା ଗ୍ରାମର ଜଣେ ଗର୍ଭବତି ମହିଳାଙ୍କୁ ଆଜି ଅପରାହ୍ନରେ ପ୍ରସବ ପାଇଁ ପଲସଦା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣା ଯାଇଥିଲା । ପ୍ରସବ ପରେ ଚିକିତ୍ସାଳୟର କର୍ମଚାରିଙ୍କୁ ଅବହେଳା ଯୋଗୁଁ ନବଜାତ ତଳେ ଖସି ପଡିବାରୁ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ରେଙ୍ଗାଲି ପୋଲିସ ଘଟଣା ସ୍ଥଳକୁ ପହଂଚି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.