ସେନାରେ ଭର୍ତ୍ତି ହେବା ପାଇଁ ସୁବର୍ଣ୍ଣ ସୁଯୋଗ

0

ଭାରତୀୟ ସେନାରେ ଚାକିରି କରିବାକୁ ଇଚ୍ଛୁକ ଥିବା ଯୁବକଙ୍କ ଆବେଦନ ପାଇଁ ଆସିଛି ସୁବର୍ଣ୍ଣ ଯୁଯୋଗ । ଭାରତୀୟ ସେନା ପକ୍ଷରୁ ଜାରି ହୋଇଥିବା ନୋଟିଫିକେସନ ଅନୁସାରେ ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ ଓ ଗଣିତରେ ଦ୍ୱାଦଶ ପାସ୍ କରିଥିବା ଯୁବକଙ୍କ ପାଇଁ ସେନାରେ ପଦବୀ ବାହାରିଛି । ୧୦,+୨ ଟେକ୍ନିକାଲ ଏଣ୍ଟ୍ରି ସ୍କିମ ବା ଟିଇଏସ ଅଧିନରେ ଜାନୁଆରୀ ୨୦୨୨ରେ ଆରମ୍ଭ ହେବାକୁ ଯାଉଥିବା ଟିଇଏସ-୪୬ କୋର୍ସ ପାଇଁ ୮ ଅକ୍ଟୋବର ୨୦୨୧ରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ମୋଟ ୯୦ଟି ପଦବୀ ପାଇଁ ନିଯୁକ୍ତି ବାହାରିଛି । ଆବେଦନ କରିବାକୁ ଶେଷ ତାରିଖ ୮ ନଭେମ୍ବର ୨୦୨୧ ରହିଛି ।

ଯୋଗ୍ୟତା:
-ପ୍ରାର୍ଥୀ ଜଣେ ଅବିବାହିତ ପୁରୁଷ ହୋବ ଜରୁରୀ ।
-ସେ ଜଣେ ଭାରତୀୟ ନାଗରିକ ହୋଇଥିବେ ।
-ଏହା ବ୍ୟତୀତ ପ୍ରାର୍ଥୀ ଅନ୍ୟ ଦେଶର ହୋଇଥିଲେ ବି ଭାରତରେ ସ୍ଥାୟୀ ରୂପରେ ରହିଥିବା ଜରୁରୀ ।

ବୟସ:
ପ୍ରାର୍ଥୀଙ୍କ ବୟସ ସୀମା ୧୬ ବର୍ଷରୁ କମ୍ ଓ ୧୯ ବର୍ଷରୁ ଅଧିକ ନହେବା ଆବଶ୍ୟକ ।

ଶିକ୍ଷାଗତ ଯୋଗ୍ୟତା:
-ପ୍ରାର୍ଥୀ୧୦,+୨ ବା ଏହା ସମାନ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ଜରୁରୀ ।

-୧୦,+୨ରେ ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ ଓ ଗଣିତରେ ପ୍ରାର୍ଥୀ ଅତି କମରେ ୬୦% ମାର୍କ ଆଣିଥିବା ଜରୁରୀ ।

ଚୟନ ପାଇଁ ଆବଶ୍ୟକ ଥିବା ଫିଜିକାଲ ଓ ମେଡିକାଲ ପରୀକ୍ଷା ପାଇଁ ଜାଣିବାକୁ ଚାହୁଁଥିଲେ www.joinindianarmy.nic.in ୱେବସାଇଟ୍ ଯାଇ ଜାଣିପାରିବେ । ଏହା ବ୍ୟତୀତ ପ୍ରାର୍ଥୀ www.joinindianarmy.nic.in ୱେବସାଇଟରେ ଅନଲାଇନ୍ ଆପ୍ଲିକେସନ ଉପରେ ଟ୍ୟାବ୍ କରି ଆବେଦନ କରିପାରିବେ ।

Leave A Reply

Your email address will not be published.