TCS ଦେବ ୭୮ ହଜାର ଫ୍ରେଶର୍ସଙ୍କୁ ଚାକିରି କରିବାର ସୁଯୋଗ

0

ଦେଶର ସବୁଠାରୁ ବଡ଼ ଆଇଟି ସର୍ଭିସ୍ ଫାର୍ମ ଟିସିଏସ୍ ଫ୍ରେଶର୍ସଙ୍କ ସ୍ୱପ୍ନ କରିବାକୁ ଯାଉଛି । କମ୍ପାନୀ ଆର୍ଥିକ ବର୍ଷ ୨୦୨୨ରେ ୭୮ ହଜାର ଫ୍ରେଶର୍ସଙ୍କୁ ଯୋଡ଼ିବାର ଲକ୍ଷ୍ୟ ରଖିଛି । ପୂର୍ବରୁ କମ୍ପାନୀ ୪୦ ହଜାର ଫ୍ରେଶର୍ସଙ୍କୁ ଚାକିରି ଦେବାର ଘୋଷଣା କରିଥିଲେ ହେଁ ଏବେ ତାହା ଡବଲ କରିଦେଇଛି । ଗତ ସେପ୍ଟେମ୍ବର ମାସ ଶେଷ ସୁଦ୍ଧା କମ୍ପାନୀ ୧୯ ହଜାର ୬୯୦ କର୍ମଚାରୀଙ୍କୁ ଯୋଡ଼ି ସାରିଛି ।

ଜଣାପଡ଼ିଛି ଯେ, ବର୍ତ୍ତମାନ କମ୍ପାନୀ ପାଖରେ ମୋଟ ୫ ଲକ୍ଷ ୨୮ ହଜାର ୭୪୮ ଜଣ କର୍ମଚାରୀ ରହିଛି । ଗତ ୬ ମାସ ମଧ୍ୟରେ କମ୍ପାନୀ ୪୩ ହଜାର ଫ୍ରେଶର୍ସଙ୍କୁ ଚାକିରି ଦେଇଥିବା ବେଳେ ଆସନ୍ତା ୬ ମାସ ମଧ୍ୟରେ ୩୫ ହଜାର ଫ୍ରେଶର୍ସଙ୍କୁ ଯୋଡ଼ିବାର ଲକ୍ଷ୍ୟ ରଖିଛି । ବର୍ତ୍ତମାନର ଡିଜିଟାଲ ସମୟରେ କମ୍ପାନୀଗୁଡ଼ିକ ଅନଲାଇନ ପ୍ରତି ଆକୃଷ୍ଟ ହେଉଥିବାରୁ ଏହି କ୍ଷେତ୍ରରେ ଚାକିରିର ଚାହିଦା ବଢ଼ିବାର ଆଶା କରାଯାଉଛି ।

Leave A Reply

Your email address will not be published.