ଆଲାସ୍କାରେ ଭାରତ-ଆମେରିକା ସୈନ୍ୟଙ୍କ ମିଳିତ ସମରାଭ୍ୟାସ

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ଭାରତ- ଓ ଆମେରିକା ସୈନ୍ୟଙ୍କ ମିଳିତ ସମରାଭ୍ୟାସ। ଆମେରିକାର ଆଲାସ୍କାରେ  ‘ଏକ୍ସସରସାଇଜ ଯୁଦ୍ଧ ଅଭ୍ୟାସ’ର ୧୯ତମ ସଂସ୍କରଣ। ଭାରତ ଓ ଆମେରିକା ସେନା ମିଳିତ ଭାବେ ସମରାଭ୍ୟାସ କରୁଛନ୍ତି। ଭାରତୀୟ ସେନା ପକ୍ଷରୁ ମରାଠା ଲାଇଟ ଇନଫାଣ୍ଟ୍ରି ରେଜିମେଣ୍ଟର ୩୫୦ ଅଧିକାରୀ ଓ ଆମେରିକା ପକ୍ଷରୁ ଫାଷ୍ଟ ବ୍ରିଗେଡ କମ୍ବାଟ ଟିମ ଏହି ସମରାଭ୍ୟାସରେ ସାମିଲ ହୋଇଛନ୍ତି।

ଜାତିସଂଘ ଶାନ୍ତିରକ୍ଷା ମିଶନଗୁଡିକରେ ଦକ୍ଷତା ବୃଦ୍ଧି ପାଇଁ ଉଭୟ ପକ୍ଷ ଅନେକ ପ୍ରକାରର ସମରାଭ୍ୟାସ କରୁଛନ୍ତି। ଏହାସହିତ ଉଭୟ ସେନାର ଅଧିକାରୀମାନେ ମାଇନ୍ସ, ଆଇଇଡି ଏକ୍ସପ୍ଲୋସିଭ ଭଳି ପ୍ରସଙ୍ଗରେ ଅଭିଜ୍ଞତା ସହ ସର୍ବୋତ୍ତମ କୌଶଳ ବାଣ୍ଟିବେ। ‘ଏକ୍ସସରସାଇଜ ଯୁଦ୍ଧ ଅଭ୍ୟାସ-୨୦୨୩’ ସେପ୍ଟେମ୍ବର ୨୫ ତାରିଖରୁ ଆରମ୍ଭ ହୋଇଛି । ଏହା ଅକ୍ଟୋବର ୮ ଯାଏଁ ଚାଲିବ।

Leave A Reply

Your email address will not be published.