ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କଲକାତା ପୀଡିତା ଅଭୟାଙ୍କ ପାଇଁ ଅଭୁତପୂର୍ବ ଆନ୍ଦୋଳନ। ସାରା ରାତି ଉଜାଗର ରହି ନ୍ୟାୟ ମାଗୁଛନ୍ତି ସାଧାରଣ ଲୋକେ । କଲକାତା ସହର ସାରା ପ୍ରତିବାଦର ନିଆଁ ଜଳୁଛି। ପୀଡ଼ିତା ଅଭୟାଙ୍କୁ ନ୍ୟାୟ ଦାବି ଲାଇଟ୍ ଅଫ୍ କରି ରାସ୍ତାକୁ ଓହ୍ଲାଇଲେ ଆନ୍ଦୋଳନକାରୀ। ବୁଧବାର ପଶ୍ଚିମବଙ୍ଗର ରାଜଧାନୀରେ ଦେଖିବାକୁ ମିଳିଛି ଏଭଳି କିଛି ଅଦ୍ଭୁତପୂର୍ବ ଆନ୍ଦୋଳନ।
ସାରା ରାତି ଉଜାଗର ରହି ନ୍ୟାୟ ମାଗୁଛନ୍ତି ସାଧାରଣ ଲୋକେ। ସୂଚନା ମୁତାବକ, କୋଲକାତା ସହରର ସାରା ବ୍ୟାପିଗଲାଣି ବିକ୍ଷୋଭ ଓ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ। ଅଭୟାକାଣ୍ଡର ଦୃଢ଼ ପ୍ରତିବାଦ ଓ ପୀଡ଼ିତା ଡାକ୍ତରଙ୍କୁ ନ୍ୟାୟ ଦାବିରେ ଗତକାଲି କୋଲକାତା ବ୍ୟାପୀ ସାରା ରାତି ଆନ୍ଦୋଳନକୁ ଓହ୍ଲାଇଛନ୍ତି ବିଭିନ୍ନ ବର୍ଗର ଲୋକେ। କ୍ୟାଣ୍ଡେଲ ଜାଳି ରାସ୍ତା ଉପରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।
ସେହିପରି ଅଭୟାଙ୍କ ନ୍ୟାୟ ଦାବିରେ ଚାଲିଥିବା ଡାକ୍ତରଙ୍କ ଆନ୍ଦୋଳନରେ ସାମିଲ ହୋଇଥିଲେ ଅଭୟାଙ୍କ ପରିବାର ସଦସ୍ୟ। ବୁଧବାର କଲକାତାର ବିଭିନ୍ନ ସ୍ଥାନରେ ଲୋକେ ଲାଇଟ୍ ବନ୍ଦ କରି ପ୍ରତିବାଦ କରିଥିଲେ। ସହରବ୍ୟାପୀ ଲାଇଟ୍ ବନ୍ଦ କରାଯିବା ସହ ବିକ୍ଷୋଭ କରାଯାଇଥିଲା। ପଶ୍ଚିମବଙ୍ଗ ରାଜ୍ୟପାଳ ମଧ୍ୟ ଲାଇଟ୍ ବନ୍ଦ କରି ଆନ୍ଦୋଳନକୁ ସମର୍ଥନ ଜଣାଇଥିବା ଦେଖିବାକୁ ମିଳିଥିଲା।