ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସିଙ୍ଗାପୁରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଙ୍କ ଆମନ୍ତ୍ରଣ କ୍ରମେ ମୋଦୀ ଏହି ଦକ୍ଷିଣ ଏସୀୟ ରାଷ୍ଟ୍ର ଗସ୍ତ କରିଥିବା ଜଣାପଡିଛି। ଆଜି ସିଙ୍ଗାପୁର ପାର୍ଲାମେଣ୍ଟରେ ମୋଦୀଙ୍କ ସରକାରୀ ଭାବେ ସ୍ଵାଗି ସମ୍ବର୍ଦ୍ଧନା ଜ୍ଞାପନ କରାଯିବ। ଏହାପରେ ସେ ରାଷ୍ଟ୍ରପତି ଥର୍ମନ୍ ସନମୁଗାରତ୍ନମଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ସେହିଭଳି ସିଙ୍ଗାପୁରରେ ପିଏମ୍ ମୋଦିଙ୍କୁ କରାଯାଇଛି ଗ୍ରାଣ୍ଡ ୱେଲକମ୍। ଭାରତୀୟ ସମୁଦାୟ ମୋଦିଙ୍କୁ ଆଡ଼ମ୍ବର ସହକାରେ ସ୍ବାଗତ କରିଛନ୍ତି।
ଏହି ଅବସରରେ ମୋଦି ଢୋଲ ବଜାଉଥିବା ଦେଖିବାକୁ ମିଳିଛି । ଭାରତୀୟ ପରମ୍ପରା ଅନୁଯାୟୀ, ସ୍ବାଗତ ବେଳେ ପିଏମ ଢୋଲ ବଜାଇଥିଲେ। ମୋଦି ଯେଉଁ ହୋଟେଲକୁ ଯାଇଥିଲେ ସେଠାରେ ତାଙ୍କୁ ଭାରତୀୟ ପରମ୍ପରା ଅନୁଯାୟୀ ସ୍ବାଗତ କରାଯାଇଥିଲା। କିଛି କଳାକାର ଢୋଲ ବଜାଇବା ସହ ନାଚ ଗୀତରେ ସ୍ବାଗତ ବେଳେ ମୋଦି ତାଙ୍କ ଗହଣକୁ ଯାଇ ଢୋଲ ବଜାଇଥିଲେ।
ମୋଦିଙ୍କ ପାଇଁ କିଛି କଳାକାର ଓଡ଼ିଶୀ ନୃତ୍ୟ ମଧ୍ୟ ପରିବେଷଣ କରିଥିଲେ। ସିଙ୍ଗାପୁରରେ ଭାରତୀୟ ସଂସ୍କୃତି, ପରମ୍ପରା ଓ କଳାର ଝଲକ ଦେଖି ବେଶ୍ ଖୁସି ହୋଇଯାଇଥିଲେ ପ୍ରଧାନମନ୍ତ୍ରୀ। ଏପରିକି କିଛି ସମୟ କଳାକାରଙ୍କ ଓଡ଼ିଶୀ ନୃତ୍ୟରେ ବିଭୋର ହୋଇଯାଇଥିଲେ ପିଏମ୍ ମୋଦି। ପରେ ତାଳି ମାରି କଳାକାରଙ୍କୁ ଉତ୍ସାହିତ କରିବା ସହ ଏବଂ ପ୍ରଶଂସା କରିଥିଲେ।