ସୋସିଆଲ୍ ମିଡିଆର ରାୟଠୁ ଦୂରେଇ ରୁହନ୍ତୁ ଜଜ୍, ପରାମର୍ଶ ଦେଲେ ପ୍ରଧାନ ବିଚାରପତି

0

ବିଚାରପତିମାନେ ସାଧାରଣ ଲୋକଙ୍କ ଭାବନାତ୍ମକ ରାୟ ଠାରୁ ଦୂରେଇ ରହିବା ଆବଶ୍ୟକ । ସୋସିଆଲ୍ ମିଡିଆରେ ସାଧାରଣ ଜନତା ଦେଉଥିବା ମତ ଓ ନିଷ୍ପତ୍ତିଠାରୁ ଜଣେ ବିଚାରପତି ନିଜକୁ ସମ୍ପୂର୍ଣ୍ଣ ସ୍ୱତନ୍ତ୍ର ଭାବେ ବିଚାର କରିବା ଦରକାର । ଏଭଳି ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଛନ୍ତି ପ୍ରଧାନ ବିଚାରପତି ଜଷ୍ଟି ଏନଭି ରମଣା ।

ଦିଲ୍ଲୀଠାରେ ଆୟୋଜିତକ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ଅବସରରେ ପ୍ରଧାନ ବିଚାରପତି ଶ୍ରୀ ରମଣା ଉପରୋକ୍ତ ମତ ବ୍ୟକ୍ତ କରିଛନ୍ତି । କୌଣସି ପ୍ରସଙ୍ଗକୁ ନେଇ ସାଧାରଣରେ ଗର୍ଜନ କରୁଥିବା ଅର୍ଥ ଉକ୍ତ ଘଟଣା ସତ ବୋଲି ମାନିନେବା ଜଜ୍ ବା ବିଚାରପତିଙ୍କ ଦାୟିତ୍ୱ ନୁହେଁ । ଏଥିସହ ଅତ୍ୟାଧୁନିକ ମିଡିଆ ବ୍ୟବସ୍ଥା ଖୁବ୍ ଶକ୍ତିଶାଳୀ ଯାହାକି ବିଚାରପତିଙ୍କ ରାୟ ସାଧାରଣରେ ଖୁବ୍ ଭଲ ଭାବେ ଶୁଣାଯାଏ । ତେଣୁ ସୋସିଆଲ୍ ମିିଡିଆରେ ଦିଆଯାଉଥିବା ରାୟଠାରୁ ଜଜମାନେ ନିଜକୁ ଦୂରେଇ ରଖିବା ଆବଶ୍ୟକ । ସେହିପରି ମିଡିଆ ଟ୍ରାଏଲ୍ କୌଣସି ପରିସ୍ଥିତିରେ ଏକ ମାମଲାରୁ ନିର୍ଣ୍ଣାୟକ ନିଷ୍ପତ୍ତି ହେବା ଉଚିତ୍ ନୁହେଁ । ଜଷ୍ଟିସ୍ ପିଡି ଦେଶାଇ ମେମୋରିଆଲ୍ ଲେକ୍ଚର ସିରିଜ୍ ଅନ୍ତର୍ଗତ ରୁଲ୍ ଅଫ୍ ଲ’ ବିଷୟରେ ମତ ଦେଇ ପ୍ରଧାନ ବିଚାରପତି ଉପରୋକ୍ତ ମତ ଦେଇଛନ୍ତି । ସେହିପରି ନ୍ୟାୟପାଳିକା ଉପରେ ଚାପ ପଡୁଥିବା ନେଇ ସବୁବେଳେ ଚର୍ଚ୍ଚା ହୋଇଆସୁଛି । ତେବେ ସୋସିଆଲ୍ ମିଡିଆ ଦ୍ୱାରା ମଧ୍ୟ ଖୁବ୍ ପ୍ରଭାବ ପଡ଼େ ଏବଂ ସାଧାରଣ ଭାବେ ସମାଜରେ ଯାହାକିଛି ବି ଘଟେ ସେଥିରୁ ବିଚାରପତି କିମ୍ବା ନ୍ୟାୟପାଳିକା ଅଛୁଆଁ ରୁହନ୍ତି ନାହିଁ ।

ସେହିପରି ନ୍ୟାୟପାଳିକାକୁ ପୂର୍ଣ୍ଣ ସ୍ୱାଧୀନତା ଦେବାର ଆବଶ୍ୟକତା ପ୍ରସଙ୍ଗରେ ପ୍ରଧାନ ବିଚାରପତି କହିଛନ୍ତି ଯେ ଯଦି ସରକାରଙ୍କ କ୍ଷମତା ଓ କାର୍ଯ୍ୟାନୁଷ୍ଠାନ ପ୍ରତି ଅଙ୍କୁଶ ଲଗାଇବାର ଆବଶ୍ୟକ ପଡୁଛି ତେବେ ନ୍ୟାୟପାଳିକାକୁ ପୂର୍ଣ୍ଣ ସ୍ୱାଧୀନତା ମିଳିବା ନିହାତି ଜରୁରୀ । କେବଳ ଏତିକି ନୁହେଁ, ଲୋକତନ୍ତ୍ର ବା ଗଣତନ୍ତ୍ରରେ ନ୍ୟାୟପାଳିକା, କାର୍ଯ୍ୟପାଳିକା ଓ ବିଧେୟିକାର ସ୍ୱତନ୍ତ୍ର ସ୍ଥାନ ରହିଛି । ସମ୍ବିଧାନ ଅନୁସାରେ ପ୍ରମୁଖ ୩ ଏହି ସମାନ ଭାବେ ଭାଗିଦାର ଅଟନ୍ତି । ଏମାନଙ୍କୁ ଉପରେ କୌଣସି ନିୟନ୍ତ୍ରଣ ବା ଚାପ ରହିବା ଅନୁଚିତ୍ ବୋଲି ପ୍ରଧାନ ବିଚାରପତି ମତବ୍ୟକ୍ତ କରିଛନ୍ତି ।

Leave A Reply

Your email address will not be published.