ଦିନରେ ଆପଣ ସ୍ମାର୍ଟଫୋନରେ ବିତାଉଛନ୍ତି ୫ଘଣ୍ଟା ସମୟ, ଏତିକି ମିନିଟ୍ ବିତାଉଛନ୍ତି କେବଳ ଭିଡିଓ ଦେଖିବାରେ

0

ବର୍ତ୍ତମାନ ସମୟରେ ସ୍ମାର୍ଟଫୋନ୍ ର ବ୍ୟବହାର ଅଧିକ ପରିମାଣରେ ବଢ଼ିଯାଇଛି । ଅନେକ ଲୋକ ଘଣ୍ଟା ଘଣ୍ଟା ଧରି ମୋବାଇଲ୍ ଫୋନ୍ ସହିତ ସମୟ ବିତାନ୍ତି । ହେଲେ ଆପଣମାନେ କେବେ ଜାଣିବାକୁ ଚେଷ୍ଟା କରନ୍ତି ନାହିଁ ଯେ, ଦିନକୁ ଆପଣ କେତେ ଘଣ୍ଟା କେବଳ ମୋବାଇଲ୍ କୁ ସମୟ ଦିଅନ୍ତି । ତେବେ ଏହାକୁ ନେଇ ନିକଟରେ ଏକ ସର୍ଭେ କରାଯାଇଥିଲା ଯେଉଁଥିରୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି । ଏହି ସର୍ଭେ ମୁତାବକ ଭାରତରେ ୟୁଜର୍ସ ମାନେ ପାଖାପାଖି ୯୨ ମିନିଟ୍ ପର୍ଯ୍ୟନ୍ତ ଫୋନରେ ଭିଡିଓ ଦେଖି ବିତାଉଥିବା ବେଳେ ପାଖାପାଖି ୮୯ ମିନିଟ୍ ଇଣ୍ଟରନେଟ୍ ବ୍ରାଉଜ୍ କରିବାରେ ସମୟ ବିତାଉଛନ୍ତି ।

ଏନେଇ ଏରିକ୍ସନ୍ କଞ୍ଜ୍ୟୁମରଲ୍ୟାବ୍ ର “ଦ ଫ୍ୟୁଚର୍ ଅଫ୍ ଅର୍ବନ୍ ରିୟଲିଟି” ପକ୍ଷରୁ ରିପୋର୍ଟ ପ୍ରକାଶ ପାଇଛି । ଏହି ରିପୋର୍ଟ ମୁତାବକ ଭାରତୀୟ ସ୍ମାର୍ଟଫୋନ୍ ବ୍ୟବହାରକାରୀ ମାନେ ଦିନରେ ପାଖାପାଖି ତିନି ଘଣ୍ଟା ଇଣ୍ଟରନେଟ୍ ବ୍ରାଉଜ୍ କରିବାରେ ବିତାନ୍ତି । ରିପୋର୍ଟ ମୁତାବକ, କରୋନା କାଳରେ ୪୬ ପ୍ରତିଶତ ଲୋକ ଇ-ଲର୍ଣ୍ଣିଂ ପ୍ଲାଟଫର୍ମର ବ୍ୟବହାର କରିଛନ୍ତି । ଆଉ ପ୍ରାୟ ସମସ୍ତ ଲୋକଙ୍କ ବ୍ୟବହାର ସମୟ ୫ଘଣ୍ଟା ୨୪ ମିନିଟ୍ ହିଁ ରହିଛି ।

ଆହୁରି ମଧ୍ୟ ଏହି ସର୍ଭେରେ ଦାବି କରାଯାଇଛି ଯେ, କରୋନା କାଳରେ ଅଧିକ ସମୟ ଲୋକ ଘରେ ରହୁଥିବାରୁ ଇଣ୍ଟରନେଟ୍ ର ବ୍ୟବହାର ୩ ରୁ ୪ ଘଣ୍ଟା ବଢ଼ିଯାଇଛି । ଖାସ୍ କରି ଛାତ୍ରଛାତ୍ରୀ ମାନେ ଅନଲାଇନ୍ କ୍ଲାସ୍ କରୁଥିବାରୁ ଏଥିରେ ଅଧିକ ସମୟ ବିତାଉଛନ୍ତି । ସେହିପରି ୯୧ ପ୍ରତିଶତ ଲୋକ ଆଣ୍ଡ୍ରଏଡ୍ ଏବଂ ୭ ପ୍ରତିଶତ ଲୋକ ଆଇଓଏସ୍ ର ବ୍ୟବହାର କରୁଛନ୍ତି । ଭଏସ୍ କଲ୍ ରେ ୧୦ ପ୍ରତିଶତ ଲୋକ ସମୟ ବିତାଉଥିବା ବେଳେ ଫିଲ୍ମ ଓ ଭିଡିଓ ଦେଖିବାରେ ୨୫ ପ୍ରତିଶତ ଲୋକ ସମୟ ବିତାଉଛନ୍ତି ।

Leave A Reply

Your email address will not be published.