ଓଡ଼ିଆ ନ୍ୟୁଜ୍:ବନ୍ଧା ହେଲେ ଭଦ୍ରକ କାଡ଼ା କନିଷ୍ଠ ଯନ୍ତ୍ରୀ । ଭଦ୍ରକ କାଡା ଡିଭିଜନ ଜୁନିଅର ଇଞ୍ଜିନିୟର ବିଜୟ କୁମାର ମହାନ୍ତିଙ୍କୁ ଗିରଫ କଲା ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ତାଙ୍କୁ ଗିରଫ କରାଯାଇଛି । କୁବେର ଯନ୍ତ୍ରୀଙ୍କର ରହିଛି ୨ ବହୁତଳ ପ୍ରାସାଦ ଓ ୭ ଦାମୀ ପ୍ଲଟ । କନିଷ୍ଠ ଯନ୍ତ୍ରୀଙ୍କ ଘରୁ ନଗଦ ୧ ଲକ୍ଷ ୭୩ ହଜାର ଓ ୩୫୦ ଗ୍ରାମ ସୁନା ଠାବ ହୋଇଛି ।
୧୯ ଲକ୍ଷ ୪୬ ହଜାର ଟଙ୍କାର ବ୍ୟାଙ୍କ ଜମା ଠାବ କରିଛି ଭିଜିଲାନ୍ସ। ଗତକାଲି ଜେଇ ବିଜୟ ମହାନ୍ତିଙ୍କ ଭଦ୍ରକ ଟାଉନ ସ୍ଥିତ ତିନି ମହଲା ଘର, ବସ୍ତା ନରସିଂହଡିହା ସ୍ଥିତ ଦୁଇ ମହଲା ଘର, ଭଦ୍ରକ ସ୍ଥିତ ଘର ଏବଂ ଭୁବନେଶ୍ବର ମଳିପଡ଼ା ସ୍ଥିତ ସମ୍ପର୍କୀୟଙ୍କ ଘରେ ରେଡ୍ କରାଯାଇଥିଲା । ଭଦ୍ରକ କାଡା ଡିଭିଜନରେ ବିଜୟ କୁମାର ମହାନ୍ତିଙ୍କ ପ୍ରାୟ ୬ ବର୍ଷ ରହିଥିଲେ । ଆୟ ବହିର୍ଭୁତ ସମ୍ପତି ଠୁଳ କରିଥିବା ଅଭିଯୋଗ ଭିଜିଲାନ୍ସ ବିଭାଗ ପାଖରେ ହୋଇଥିଲା ।